ଫାଇଜର ଟିକାକୁ WHO ପକ୍ଷରୁ ଅନୁମତି

ଫାଇଜର ଟିକାକୁ WHO ପକ୍ଷରୁ ଅନୁମତି

ଫାଇଜର ଟିକାକୁ WHO ପକ୍ଷରୁ  ଅନୁମତି
ନୂଆଦିଲ୍ଲୀ:ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ‘ହୁ’ ପକ୍ଷରୁ ଅନୁମତି ମିଳିଛି । ପ୍ରଥମ କରୋନା ପ୍ରତିଷେଧକ ଭାବେ ଫାଇଜରକୁ ଅନୁମତି ଦେଇଛଇ ‘ହୁ’ । ଗରିବ ଦେଶଗୁଡିକ ଫାଇଜର ଟିକା ୟୁରୋପ ଓ ଉତ୍ତର ଆମେରିକାରୁ ପାଇବେ । ଟିକା ପ୍ରସ୍ତୁତି ଭିତ୍ତିଭୂମି ନଥିବା ଦେଶ ‘ହୁ’ ଜରିଆରେ ଟିକା ପାଇବେ । ଫାଇଜରକୁ ୟୁଏସଏ ,ବ୍ରିଟେନ ଓ ୟୁରୋପୀୟ ଦେଶରେ ଅନୁମତି ମିଳିସାରିଛି । ‘ହୁ’ ଏହାର ବିବୃତ୍ତିରେ କହିଛି ଯେ କରୋନା ମହାମାରୀ ପରେ ଜରୁରୀକାଳୀନ ବ୍ୟବହାର କରିବାକୁ ସଂଗଠନ ଅନୁମତି ଦେଇଥିବା ଫାଇଜର-ବାୟୋଟେକ୍ ଟିକା ହେଉଛି ପ୍ରଥମ ଟିକା। ‘ହୁ’ର ସହକାରୀ ନିର୍ଦ୍ଦେଶକ ମାରିଆଙ୍ଗେଲା ସିମାଓ କହିଛନ୍ତି ଯେ କରୋନା ଭୂତାଣୁ ଟୀକାକରଣର ବିଶ୍ବ ସ୍ତରରେ ପହଞ୍ଚିବା ନିଶ୍ଚିତ କରିବା ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ସମ୍ପୂର୍ଣ୍ଣ ଏବଂ ବିସ୍ତୃତ ଗବେଷଣା କରିବା ପରେ କରୋନା ଟିକାକୁ ଅନୁମୋଦନ ଦେବ। ଫାଇଜର ଟିକା ପାଇଁ ‘ହୁ’ ସବୁଜ ସଙ୍କେତ ଦେବା ଅର୍ଥ ହେଉଛି ବର୍ତ୍ତମାନ ଗରିବ ଦେଶଗୁଡିକୁ ଶୀଘ୍ର ୟୁରୋପ ଏବଂ ଉତ୍ତର ଆମେରିକାରେ ପୂର୍ବରୁ ଉପଲବ୍ଧ କରୋନା ଟିକା ମିଳି ପାରିବ। ପ୍ରତ୍ୟେକ ଦେଶରେ ନିଜସ୍ୱ ଔଷଧ ନିୟାମକ ସଂସ୍ଥା ଅଛି, ଯାହା କୌଣସି ପ୍ରକାର କରୋନା ଟିକା ପାଇଁ ଅନୁମୋଦନ ଦେବା ପରେ ହିଁ ଏହାକୁ ବ୍ୟବହାର କରାଯିବ। କିନ୍ତୁ କେତେକ ଦୁର୍ବଳ ତଥା ଗରିବ ଦେଶ ସାଧାରଣତଃ ଟିକା ପରୀକ୍ଷା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ନିର୍ଭର କରନ୍ତି।