ଫେରିଲା ଲକ୍‌ଡାଉନ୍‌ : ଏକ ମାସ ପାଇଁ ପୁଣିଥରେ ଲକ୍‌ଡାଉନ ଘୋଷଣା କଲା ଏହି ଦେଶ

ଫେରିଲା ଲକ୍‌ଡାଉନ୍‌ : ଏକ ମାସ ପାଇଁ ପୁଣିଥରେ ଲକ୍‌ଡାଉନ ଘୋଷଣା କଲା ଏହି ଦେଶ

ଫେରିଲା ଲକ୍‌ଡାଉନ୍‌ : ଏକ ମାସ ପାଇଁ ପୁଣିଥରେ ଲକ୍‌ଡାଉନ ଘୋଷଣା କଲା ଏହି ଦେଶ
ଲଣ୍ଡନ : ବିଶ୍ବର ବିଭିନ୍ନ ପ୍ରାନ୍ତରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି । କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି କିଛି ଦେଶ ପୁନର୍ବାର ଦେଶରେ ତାଲାବନ୍ଦ କରିଛନ୍ତି । ପୂର୍ବରୁ ୟୁରୋପ, ଫ୍ରାନ୍ସ,, ଜର୍ମାନୀରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଏବେ ବ୍ରିଟେନ୍‌ରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ଶୀତ ଯୋଗୁଁ ସଂକ୍ରମଣ ବଢିଥିବାବେଳେ ଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ । ନଭେମ୍ବର ୧ରୁ ଡିସେମ୍ବର ୨ ତାରିଖ ପର୍ୟ୍ୟନ୍ତ ଏକମାସ ଧରି ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିବା ସହ କହିଛନ୍ତି ଏବେ ଦ୍ବିତୀୟ ବିକଳ୍ପ କିଛି ନାହିଁ । ଏବେ ଲକ୍‌ଡାଉନ୍‌ ସହିତ ସମସ୍ତଙ୍କୁ ଘରେ ରହିବାକୁ ପଡିବ । କେବଳ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଦରକାରୀ କାରଣ ଯୋଗୁଁ ଘରୁ ବାହାରି ହେବ । ସୂଚନାଯୋଗ୍ୟ ବ୍ରିଟେନ୍‌ରେ ଏପର୍ୟ୍ୟନ୍ତ ୧୦ ଲକ୍ଷରୁ ଅଧିକ କରୋନା ମାମଲା ରହିଥିବାବେଳେ ୪୬ ହଜାର ଲୋକେ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ ବିଶ୍‌ବରେ ଏପର୍ୟ୍ୟନ୍ତ ଏହି ୪.,୬୩ କୋଟି ମାମଲା ଆସିଛି ।