ବଢିଲା ରବି ଫସଲର ଏମଏସପି

ବଢିଲା ରବି ଫସଲର ଏମଏସପି

ବଢିଲା ରବି ଫସଲର ଏମଏସପି
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଗହମର କ୍ୱିଂଟାଲ ପିଛା ଦର ୧୮୪୦ରୁ ୧୯୨୫ ଟଙ୍କାକୁ ବୃଦ୍ଧି ପାଇଛି । ବାଜରାର କ୍ୱିଂଟାଲ ପିଛା ଏମଏସପି ୧୪୪୦ରୁ ୧୫୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସୋରିଷର କ୍ୱିଟାଂଲ ପିଛା ଦର ୪୨୦୦ରୁ ୪୪୨୫ ଟଙ୍କାକୁ ବୃଦ୍ଧି ପାଇଛି । ମସୁର ଡାଲିର କ୍ୱିଂଟାଲ ପିଛା ଏମଏସପି ୪୪୦୦ରୁ ୪୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସୂର୍ଯ୍ୟମୁଖୀର କ୍ୱିଂଟାଲ ପିଛା ଏମଏସପି ୪୯୪୫ରୁ ୫୨୧୫ ଟଙ୍କାକୁ ବୃଦ୍ଧି ଘଟିଛି । ବୁଟଡାଲିର ସହାୟକ ମୂଲ୍ୟ ୪୬୨୦ରୁ ୪୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏମଏସପି ବୃଦ୍ଧି ଯୋଗୁଁ କେନ୍ଦ୍ର ସହିବ ୩ ହଜାର କୋଟିର ଅତିରିକ୍ତ ବୋଝ ।