ଫ୍ରାନ୍ସରେ କରୋନାର ଦ୍ବିତୀୟ ଲହର : ପୁଣି ଥରେ ଜାରି ହେଲା ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍
ଫ୍ରାନ୍ସରେ କରୋନାର ଦ୍ବିତୀୟ ଲହର : ପୁଣି ଥରେ ଜାରି ହେଲା ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍
admin
Oct 29, 2020 - 05:27
Updated: Oct 29, 2020 - 05:27
କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରାନ୍ ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଜାରି କରିବା ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍ଡାଉନ୍ ଲାଗୁ କରାଯାଉଛି । ତେବେ ଏହି ଲକ୍ଡାଉନ୍ ସମୟରେ ସ୍କୁଲ ଓ କିଛି କାର୍ୟ୍ୟସ୍ଥଳୀ ଖୋଲା ରହିବ । ଶୁକ୍ରବାରଠାରୁ ଏହି ଲକ୍ଡାଉନ୍ ଜାରି ହେବ ବୋଲି ସୂଚନା ରହିଛି । ଏହି ସମୟରେ ଫ୍ରାନ୍ସର ସମସ୍ତ ରେସ୍ତେରାଁ, ବାର ଓ ଅଣ ଆବଶ୍ୟକ ବ୍ୟବସାୟ ବନ୍ଦ ରହିବ । ତେବେ ଫ୍ୟାକ୍ଟ୍ରି, କ୍ଷେତ ଓ ନିର୍ମାଣ କାର୍ୟ୍ୟ ଜାରି ରହିବ । ନର୍ସିଂ ହୋମ୍ ମଧ୍ୟ ଖୋଲା ରହିବ ।
କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ ପଞ୍ଚମ ସ୍ଥାନରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ୫୨୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଏପ୍ରିଲ୍ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଫ୍ରାନ୍ସ ସରକାର ଏହି ତାଲାବନ୍ଦକୁ ଡିସେମ୍ବର ମାସ ପର୍ୟ୍ୟନ୍ତ କରିବେ ବୋଲି ସୂଚନା ରହିଛି । କରୋନାର ଦ୍ବିତୀୟ ଲହର ବେଶ୍ ବିପଦଜ୍ଜନକ ରହିଛି । ଯଦି ଏହାକୁ ଅଣଦେଖା କରାଯିବ, ତେବେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ଟପିପାରେ ବୋଲି ଆକଳନ କରାଯାଉଛି । କରୋନାକୁ ଦୃଷ୍ଟିରେ ୟୁରୋପରେ ମଧ୍ୟ ଦ୍ବିତୀୟ ପର୍ୟ୍ୟାୟ ଲକ୍ଡାଉନ୍ ଜାରି ହୋଇଥିବା ଯୋଗୁଁ ଏହାକୁ ଲୋକେ ବିରୋଧ କରିଛନ୍ତି । ତେବେ ଏହି ଲକ୍ଡାଉନ୍ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ଠାରୁ ଟିକେ କୋହଳ କରାଯାଇଛି । ଲୋକଙ୍କୁ ବିନା କାର୍ଯ୍ୟରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବାହାରକୁ ଯିବାକୁ ହେଲେ ସାଙ୍ଗରେ ଉପଯୁକ୍ତ ପ୍ରମାଣପତ୍ର ନେଇ ଯିବାକୁ ପଡିବ ।ଯାହାକୁ ପୋଲିସ୍ ଯାଞ୍ଚ କରିବ । ତେବେ ପୂର୍ବରୁ ଫ୍ରାନ୍ସରେ ନାଇଟ୍ କର୍ଫ୍ୟୁକୁ କଡାକଡି କରାଯାଇଥିବାବେଳେ ଏବେ ପୁନଃ ଲକଡାଉନ୍ ଜାରି କରାଯାଉଛି ।