ବଦଳିଲା ଇପିଏଫ ନିୟମ, ଜାଣନ୍ତୁ କଣ

ବଦଳିଲା ଇପିଏଫ ନିୟମ, ଜାଣନ୍ତୁ କଣ

ବଦଳିଲା ଇପିଏଫ ନିୟମ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଚଳିତ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏହାର ୬ କୋଟିରୁ ଅଧିକ ସଦସ୍ୟଙ୍କୁ ନୂଆବର୍ଷ ଉପହାର ଦେଇପାରେ । ସଦସ୍ୟମାନଙ୍କ ଖାତାରେ ୨୦୧୯-୨୦ ଆର୍ଥିକ ବର୍ଷ ବାବଦ ୮.୫ ପ୍ରତିଶତ ସୁଧ ଟଙ୍କା ଜମା କରାଯିବାର ଅନେକ ସମ୍ଭାବନା ରହିଛି । ଏଥରର ସୁଧକୁ ଦୁଇଟି କିସ୍ତିରେ ଭାଗ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଗତ ସେପ୍ଟେମ୍ବରରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ପ୍ରଥମ କିସ୍ତିରେ ୮.୧୫% ଓ ଦ୍ୱିତୀୟ କିସ୍ତିରେ ୦.୩୫% ସୁଧ ଜମା କରାଯିବାର ଥିଲା । ମାତ୍ର ଷ୍ଟକ ବଜାର ସ୍ଥିତିରେ ଉନ୍ନତି ଘଟିଥିବାରୁ ୮.୫% ସୁଧକୁ ଗୋଟିଏ ଥରରେ ସଦସ୍ୟଙ୍କ ଖାତାରେ ଜମା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ହୋଇଯିବାର ଅନେକ ସମ୍ଭାବନା ରହିଛି । ଗତ ଆର୍ଥିକ ବର୍ଷର ସୁଧ ହାର ଉପରେ ଅର୍ଥ ମନ୍ତ୍ରଣାଳୟ କେତେକ ସ୍ପଷ୍ଟୀକରଣ ମାଗିଥିଲା ଓ ସେହି ପ୍ରସଙ୍ଗରେ ସମାଧାନ ହୋଇସାରିଛି । ଚଳିତ ବର୍ଷ ମାର୍ଚ୍ଚରେ ଶ୍ରୀ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୧୯-୨୦ ପାଇଁ ୮.୫% ସୁଧ ଦେବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା ।