ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ୍ ସିଏଚ୍‌ସି, ମାଗଣା ଆମ୍ବୁଲାନ୍ସ ଓ ବସ୍ ସେବା:ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ୍ ସିଏଚ୍‌ସି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ବୁଲାନ୍ସ ଓ ବସ୍ ସେବା ଯୋଗାଇ ଦେବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ବାନ ସିଏଚ୍‌ସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସାସେବା, ଓପିଡି ସେବା ଯୋଗାଇ ଦିଆଯିବ । ଲୋକସେବା ଭବନଠାରେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟ ବରଗଡ଼ର ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜନସାଧାରଣଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୂତିମୂଳକ ଦୃଷ୍ଟିଭଙ୍ଗୀ ଘୋଷଣା କରିଆସିଛନ୍ତି । ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।