ସାରା ରାଜ୍ୟରେ କୋହାଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ସାରା ରାଜ୍ୟରେ କୋହାଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ସାରା ରାଜ୍ୟରେ କୋହାଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା
ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି । ଆସନ୍ତା ୧୦ ତାରିଖ ଯାଏଁ ବର୍ଷାରେ ଭିଜିବ ସାରା ଓଡିଶା । ୧୧ ତାରିଖରୁ ପାଗରେ ପୁଣି ପରିବର୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ଝିପି ଝିପି ବର୍ଷା ହେବା ସହିତ ପାଗ କୋହଲା ରହିଛି । ଆସନ୍ତା ୪ଦିନ ଏପରି ରହିବ । ୧୧ ତାରିଖରୁ ପାଗରେ ପରିବର୍ତନ ହୋଇ ପୁଣି ଶୀତ ଲେଉଟିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଗତକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ କୋହଲା ପାଗ ସହିତ କୁହୁଡି ମଧ୍ୟ ଦେଖାଦେଇଛି । ଆଜି ରାୟଗଡା, ଗଜପତି, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୋନପୂର ଓ ନୂଆପଡା ଜିଲ୍ଲାରେ ବର୍ଷା ହେବ ।