ବରଯାତ୍ରୀ ମସ୍ତି : ବର, ବରପିତାଙ୍କ ସମେତ ୫ ଗିରଫ

ବରଯାତ୍ରୀ ମସ୍ତି : ବର, ବରପିତାଙ୍କ ସମେତ ୫ ଗିରଫ

ବରଯାତ୍ରୀ ମସ୍ତି : ବର, ବରପିତାଙ୍କ ସମେତ ୫ ଗିରଫ
ବ୍ରହ୍ମପୁର : କରୋନା ପାଇଁ ବାହାଘର ନିମନ୍ତେ କଟକଣା ଲାଗୁ କରାଯାଇଛି । ହେଲେ ମୁଣ୍ଡରେ ମସ୍ତିର ଭୂତ । ବାହାଘରରେ ଚାଲିଲା ନାଚଗୀତର ଧୂମ । ନା କାହା ମୁହଁରେ ଥିଲା ମାସ୍କ, ନା ଥିଲା ସାମାଜିକ ଦୂରତା । ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ମେ ଫେୟାରରେ ୨ ତାରିଖ ରାତିରେ ବ୍ରହ୍ମପୁରର ଜଣେ ହୋଟେଲ ମାଲିକଙ୍କ ପୁଅର ବାହାଘରରେ ଦେଖିବାକୁ ମିଳିଥିଲା କୋଭିଡ ଆଇନର ଖୋଲା ଉଲ୍ଲଂଘନ । ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବର, ବରପିତା, ବରର ବଡ଼ବାପା ଓ ଦୁଇ ଦାଦା ପ୍ରମୁଖ ୫ ଜଣଙ୍କୁ ଗିରଫ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଦୁଇଟି ଗାଡ଼ି ଜବତ ହୋଇଛି । କୋଭିଡ ଆଇନ ଉଲ୍ଲଂଘନ ଯୋଗୁଁ ହୋଟେଲକୁ ସାତଦିନ ପାଇଁ ସିଲ କରିଦିଆଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟରେ ଜଣାଇଛନ୍ତି । ଗତ ୨ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରର ଏକ ହୋଟେଲ ମାଲିକ କୃଷ୍ଣ ସାହୁଙ୍କ ପୁତୁରାଙ୍କର ବିବାହ ହୋଇଥିଲା ଗୋପାଳପୁର ମେ ଫେୟାର ହୋଟେଲରେ । ହୋଟେଲ ପରିସରରେ ନାଚଗୀତର ଭିଡିଓ ଭାଇରାଲ ହୋଇଥିଲା ।