ବଡ଼ବିଲ ସପ୍ତାହେ ସଟଡାଉନ
ବଡ଼ବିଲ ସପ୍ତାହେ ସଟଡାଉନ
admin
Jul 5, 2020 - 08:26
Updated: Jul 5, 2020 - 08:26
କେନ୍ଦୁଝର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିବାରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।
ଏହା ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରକୁ ଆଜି ଠାରୁ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାପାଳ ଏହି ସଟଡାଉନ ଘୋଷଣା କରିଛନ୍ତି । ବଡ଼ବିଲରୁ ଆଜି ୧୧କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଚିହ୍ନଟ ସମସ୍ତ ୧୧ ଜଣ ଲୋକାଲ କେସ ବୋଲି ଜିଲ୍ଲାପାଳଙ୍କ ଠାରୁ ପ୍ରକାଶ ।
ତେବେ ଏହି ସମୟ ମଧ୍ୟରେ ମାର୍କେଟ କମ୍ପଲେକ୍ସ ବନ୍ଦ ରହିବାକୁ ଥିବାବେଳେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।