ବାଣ ଫୁଟାଇବାବେଳେ ଏହି ସବୁ ଦିଗ ଉପରେ ଧ୍ୟାନ ରଖନ୍ତୁ

ବାଣ ଫୁଟାଇବାବେଳେ ଏହି ସବୁ ଦିଗ ଉପରେ ଧ୍ୟାନ ରଖନ୍ତୁ

ବାଣ ଫୁଟାଇବାବେଳେ ଏହି ସବୁ ଦିଗ ଉପରେ ଧ୍ୟାନ ରଖନ୍ତୁ

ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳି । ଦୀପାବଳି ଆସିଲେ ସାଙ୍ଗରେ ନେଇ ଆସେ  ଆନନ୍ଦ ଉଲ୍ଲାସ । ଆଲୋକମାଳରେ ଉତ୍ସବମୁଖର ହୋଇଉଠେ ପରିବେଶ। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ । ଅନ୍ଧାରକୁ ଏଡିଦେଇ କିଛି ସମୟ ପରିବେଶକୁ ଆଲୋକିତ କରିବାର ପ୍ରୟାସରେ ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି । ମିଠା ସାଙ୍ଗକୁ ଆତସବାଜି ଏହି ମୁହୂର୍ତ୍ତକୁ ସବୁବେଳେ ପାଇଁ ଉଜ୍ଜୀବିତ ରଖେ । 
କିଛି ବର୍ଷ ହେଲା ଦେଶରେ ବିଶେଷ କରି ଓଡିଶାରେ ମଧ୍ୟ ଏକ ପର୍ବଜନିତ ଅର୍ଥାତ ଆତସବାଜି ଦୁର୍ଘଟଣାଜନିତ ସଂଖ୍ୟା ବୃଦ୍ଧି ଘଟୁଥିବର ଦେଖିବାକୁ ମିଳୁଛି । ଏହା ଖାଲି ଦୁର୍ଘଟଣା ର କାରଣ ହୋଇଛି ତା’ନୁହେଁ ବରଂ ଶଦ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଏହାର ଯୋଗଦାନ ବଢିଛି । ତେଣୁ ଏହି ଆଲୋକାର ପର୍ବକୁ କେବଳ ଆଲୋକ, ମିଠେଇରେ ସୀମିତ ରଖି ନିଜକୁ ସୁସ୍ଥ ଓ ନୀଜ ପରିବେଶକୁ ସୁସ୍ଥ ରଖିବା ନିହାତି ଦରକାର । କିନ୍ତୁ ଯଦି ଆପଣ ବାଣ ଫୁଟାଉଛନ୍ତି ଏହି ବିଶେଷ ଦିଗ ଉପରେ ଧ୍ୟାନ ରଖନ୍ତୁ ।
-ଯଦି ଆପଣ ଆତସବାଜି କିଣିବା ପାଇଁ ଉଚ୍ଛୁକ, ତେବେ ଆଇନଗତ ସ୍ୱୀକୃତିଲାଭ କରିଥିବା କମ୍ପାନୀ ମାନଙ୍କର ଆତସବାଜି କିଣନ୍ତୁ । 
- ବାଣ ପୁଟାଇଲାବେଳେ ପିଲାଙ୍କୁ ଏକୁଟିଆ ଛାଡନ୍ତୁ ନାହିଁ ।
-ଘର ଭିତରେ କୌଣସି ଭାବେ ବାଣ ଲଗାନ୍ତୁ ନାହିଁ ।
-ନିଜ ପାଖରେ କିମ୍ବା ଆତସବାଜି ଲାଗୁଥିବା ନିକଟ ସ୍ଥାନରେ ଅନ୍ୟ ଆତସବାଜି ପକାନ୍ତୁ ନାହିଁ । 
- ପାଖରେ ସବୁବେଳେ ପାଣି ବାଲ୍ଟି ରଖନ୍ତୁ । ନାଇଲନ କିମ୍ବା ପଲିଷ୍ଟର ପୋଷାକ ଏହି ସମୟରେ ପିନ୍ଧନ୍ତୁ ନାହିଁ । 
-ରକେଟ ତଥା  ବମ୍‌ ଭଳି ଆତସବାଜି ଜନଗହଳି ସ୍ଥାନରେ ଲଗାନ୍ତୁ ନାହିଁ । 
-ନିରୀହ ପଶୁଙ୍କ କ୍ଷେତ୍ରରେ ଏହି ଆତସବାଜିର ପ୍ରୟୋଗ କରନ୍ତୁ  ନାହିଁ ।
- ମଜାରେ ବାଣ କାହା ଉପରକୁ ଏହା ଫିଙ୍ଗନ୍ତୁ ନାହିଁ ।