ବାପ କରିଥିଲା ପାପ

ବାପ କରିଥିଲା ପାପ

ବାପ କରିଥିଲା ପାପ
ଭବାନପାଟଣା: ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଧାଫାସ ହୋଇଛି । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଗଳାକାଟି ହତ୍ୟା କରିଥିବା ବାପା ସ୍ୱୀକାର କରିଛି । ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ରେଳ ଲାଇନରେ ପକାଇ ଦେଇଥିଲା । ପରେ ଘରକୁ ଫେରି ୨ ପିଲାଙ୍କୁ ନୃଶଂସଭାବେ କଳାକାଟି ହତ୍ୟା କରିଥିଲା । ନିଜର ପରକୀୟା ପ୍ରୀତି ପାଇଁ ହତ୍ୟାକାରୀ ଏପରି କାଣ୍ଡ ଭିଆଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଳହାଣ୍ଡି ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି । ଗତକାଲି ସଦର ଥାନା ସିଂଝରଣ ଗ୍ରାମରେ ଟ୍ରିପଲ ମର୍ଡର ଘଟିଥିଲା । ମୃତ ଦୁଇ ପୁଅ ରବିନ୍ଦ୍ର ମାଝି (୪) ଦୁଷ୍ମନ୍ତ ମାଝି (୬) ଓ ମୃତକ ମା ହେଲେ ବିମଳା ମାଝି ।