ବ୍ୟାଙ୍କରୁ ୧୪ ଲକ୍ଷ ଲୁଟ

ବ୍ୟାଙ୍କରୁ ୧୪ ଲକ୍ଷ ଲୁଟ

ବ୍ୟାଙ୍କରୁ ୧୪ ଲକ୍ଷ ଲୁଟ
ଝାରସୁଗୁଡ଼ା: ବ୍ୟାଙ୍କରେ ପଶି ଲୁଟିଲେ ଡକାୟତ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାବେଳେ ୧୪ ଟଙ୍କା । ଝାରସୁଗୁଡ଼ା ବେଲପାହାଡ଼ ଗୁମାଡେରାସ୍ଥିତ ଆକ୍ସିସ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ୪ ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କରେ ପଶିଥିଲେ । ଆଉ ତା ପରେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିଥିଲେ । ପରେ ୧୪ ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ । ଏନେଇ ଖବର ପାଇ ବେଲପାହାଡ଼ ପୁଲିସ ସହ ଖୋଦ ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି ।