ବାବ୍ରି ରାୟ ପରେ କେଉଁ ନେତା କ’ଣ କହିଲେ ଜାଣନ୍ତୁ

ବାବ୍ରି ରାୟ ପରେ କେଉଁ ନେତା କ’ଣ କହିଲେ ଜାଣନ୍ତୁ

ବାବ୍ରି ରାୟ ପରେ କେଉଁ ନେତା କ’ଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ତଳର ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ପ୍ରକାଶ ପାଇଛି । ଲକ୍ଷ୍ନୌରେ ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ ଏହି ମାମଲାର ରାୟ ଶୁଣାଇଛନ୍ତି । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନା ନଥିଲା ବୋଲି ସିବିଆଇ ସ୍ପେଶାଲ କୋର୍ଟ ଜଜ ଏସ.କେ ଯାଦବ କହିଛନ୍ତି । ଏଥିସହ ବାବ୍ର୍ରୀ ମସଜିଦ ଭଙ୍ଗା ନେଇ ଯଥେଷ୍ଟ ପ୍ରମାଣ ନଥିବା ଦର୍ଶାଇ ସେ ମାମଲାର ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ ପ୍ରମାଣ ନାହିଁ । ବାବ୍ରୀ ଭଙ୍ଗାକୁ ପୂର୍ବ ଯୋଜନା ପ୍ରସ୍ତୁତ କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହାଛଡ଼ା ଏହା ସାମୟିକ ଆବେଗ ହୋଇପାରେ, ପୂର୍ବ ଯୋଜନାପ୍ରସ୍ତୁତ ନୁହେଁ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତାର କିଛି ପ୍ରମାଣ ନାହିଁ । ପ୍ରମାଣ ପାଇଁ ଦାଖଲ ଭିଡିଓ ଟ୍ୟାମ୍ପରିଂ ହୋଇଥିଲା ବୋଲି କୋର୍ଟ କହିଛନ୍ତି । ବାବ୍ରି ମସଜିଦ ଘଟଣାରେ ବିଜେପିର ବରିଷ୍ଠ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ଅନ୍ୟ ୩୨ଜଣଙ୍କୁ କୋର୍ଟ ନିଦେ୍ର୍ଧାଷ ସାବ୍ୟସ୍ତ କରିବା ପରେ ବିଜେପିରେ ଖୁସିର ମାହୋଲ ଖେଳିଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳର ବରିଷ୍ଠ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଡଭାନୀଙ୍କ ଘରେ ପହଞ୍ଚô ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ମାମଲାର ରାୟ ପରେ କିଏ କ’ଣ କହିଛନ୍ତି ଆସନ୍ତୁ ଜାଣିବା । ଲାଲକୃଷ୍ଣ ଆଡଭାନୀ: କୋର୍ଟର ନିଷ୍ପତ୍ତି ଶୁଣାଣି ପରେ ଆଡଭାନୀ ବେଶ ଖୁସି ରହିଥିବା ମିଡ଼ିଆ ସୂତ୍ରରୁ ପ୍ରକାଶ । ସେ କହିଛନ୍ତି ଯେ ବହୁତ ସମୟରେ ଗୋଟେ ଖୁସି ଖବର ମିଳିପାରିଲା । ତେଣୁ ଏହି ନିଷ୍ପତ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସେ ଖୁସି ହୋଇ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଆଡଭାନୀଙ୍କ ଏହି ଖୁସ ମୁହୂର୍ତ୍ତରେ ସାମିଲ ରହିଥିଲେ ଝିଅ ପ୍ରତିଭା ଆଡଭାନୀ ଓ ପରିବାରର ଅନ୍ୟ ସଦସ୍ୟ । ମୁରଲୀ ମନୋହର ଜୋଷୀ: ସବକୋ ସମ୍ମତି ଦେ ଭଗବାନ ଭାଜପାର ବରିଷ୍ଠ ନେତା ମୁରଲୀ ମନୋହର ଜୋଷୀ ଲକ୍ଷ୍ନୌ ସ୍ଥିତ ନିଜ ବାସଭବନରେ ଏହି ଶୁଣାଣିକୁ ନେଇ କହିଛନ୍ତି ରାମମନ୍ଦିରର ଆନେ୍ଦାଳନ ଦେଶର ଅସ୍ମିତା ସହ ଯୋଡାଯାଇଥିଲା । ତେଣୁ ଏହି ଶୁଣାଣି ଲାଗି ଓକିଲଙ୍କ ନିଷ୍ଠା ଓ ପରିଶ୍ରମକୁ ସମସ୍ତ ଶ୍ରେୟ ପ୍ରଦାନ କରିଥିଲେ । ତେଣୁ ରାମମନ୍ଦିରର ନିର୍ମାଣ ଦେଶର ଏକ ମହତ୍ତ୍ୱପୂର୍ଣ୍ଣ ଆନେ୍ଦାଳନ ରୂପରେ ସାମନାକୁ ଆସିଥିଲା । ଏହାରଯ ଅର୍ଥ ହେଲା ଦେଶରେ ନିଜର ଅସ୍ମିତା ଓ ସମ୍ମାନକୁ ପ୍ରଚାର ପ୍ରସାର କରିବା । ତେଣୁ ଏହି ଅବସରରେ ମୁଁ କେବଳ କହିବି ଯେ, ଜୟ ଜୟ ସିୟାରାମ, ସବକୋ ସମ୍ମିତ ଦେ ଭଗବାନ । ରାଜନାଥ ସିଂହ: ଏହି ଖୁସିର ମାହୋଲରେ ପ୍ରତିରକ୍ଷାମନ୍ତ୍ରୀ ସମସ୍ତ ୩୨ ନିଦେ୍ର୍ଧାଶୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ବାବ୍ରି ମସଜିଦ ଧ୍ୱଂସ ମାମଲାରେ ଲକ୍ଷ୍ନୌ ସ୍ୱତନ୍ତ୍ର କୋର୍ଟ ଲାଲକୃଷ୍ଣ ଆଡଭାନୀ, କଲ୍ୟାଣ ସିଂହ, ଡ ମୁରଲୀ ଜୋଶୀ, ଉମାଜୀ ସମେତ ୩୨ ଲୋକଙ୍କୁ ନିଦେ୍ର୍ଧାଶରେ ସାମିଲ କରିବା ନିର୍ଣ୍ଣୟଟି ସ୍ୱାଗତଯୋଗ୍ୟ । ଏହି ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହେଲା ଯେ, ଡେରିହେଉ ପଛେ ନ୍ୟାୟର ଜିତ ହୋଇଛି । ଯୋଗୀ ଆଦିତ୍ୟ ନାଥ: ସିବିଆଇର ସ୍ୱତନ୍ତ୍ର କୋର୍ଟର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସତ୍ୟମେବ ଜୟତେ ଅନୁରୂପରେ ସତ୍ୟର ଜୟ ହେଲା ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ, ଦେଶରେ କଂଗ୍ରେସ ସରକାର ଦ୍ୱାରା ରାଜନୀତିକ ଷଡଯନ୍ତ୍ର କରି ଭାଜପାର ବରିଷ୍ଠ ନେତା, ବିଶ୍ୱ ହିନ୍ଦୁ ପରିଷଦ ସହ ଜଡିତ ଥିବା ବରିଷ୍ଠ ପଦାଧିକାରୀ ଏବଂ ସମାଜ ସହ ଜଡିତ ବିଭିନ୍ନ ସଂଗଠନକୁ ବଦନାମ କରାଯାଇଛି । ଯାହାଫଳରେ ଏପରି ଏକ ମିଛ ମାମଲାରେ ଫସାଯାଇଛି । ତେଣୁ ସତ୍ୟର ଜୟ ଅବଶ୍ୟ ହୋଇଛି ବୋଲି ସେ କହିଛନ୍ତି ।