ପୁଣି ଏକ ନମ୍ବରରେ ମୁକେଶ, ଘଣ୍ଟାକରେ ଆୟ କରୁଛନ୍ତି ୯୦ କୋଟି
ପୁଣି ଏକ ନମ୍ବରରେ ମୁକେଶ, ଘଣ୍ଟାକରେ ଆୟ କରୁଛନ୍ତି ୯୦ କୋଟି
admin
Sep 30, 2020 - 08:56
Updated: Sep 30, 2020 - 08:56
ଲକଡାଉନ କରାଯାଇଥିଲା । ଫଳରେ ବହୁ ଲୋକ ପ୍ରଭାବତି ହୋଇଥିଲେ । କାହାର ଚାକିରି ଯାଇଥିବା ବେଳେ କାହାର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ଏହି ଲକଡାଉନ ସମୟରେ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ବିପୁଳ ପରିମାଣର ସମ୍ପତ୍ତି ହାସଲ କରିଛନ୍ତି । ପ୍ରତି ଘଣ୍ଟାରେ ସେ ୯୦ କୋଟି ଟଙ୍କାର ଆୟ କରିଥିବା ଜଣାପଡ଼ିଛି ।
କ୍ରମାଗତ ନବମ ବର୍ଷ ପାଇଁ ଭାରତର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଥିବା ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ୨,୭୭,୦୦୦ କୋଟି ଟଙ୍କା ବୃଦ୍ଧି ପାଇ ୬,୫୮,୦୦୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଆଇଆଇଏଫଏଲ ୱେଲଥ ହୁରୁନ ଇଣ୍ଡିଆ ଧନୀ ତାଲିକା ୨୦୨୦ ରୁ ଜଣାପଡ଼ିଛି । ଚଳିତ ବର୍ଷ ମାର୍ଚ୍ଚ ୨୫ରେ ଲକଡାଉନ ଘୋଷଣା ହେବା ପରଠାରୁ ମୁକେଶଙ୍କ ଡିଜିଟାଲ କମ୍ପାଜୀ ଜିଓ ପ୍ଲାଟଫର୍ମସରେ ଫେସବୁକ, ଗୁଗୁଲ, ଇଣ୍ଟେଲ ଭଳି ବିଶ୍ୱସ୍ତରୀୟ ନିବେଶକମାନେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ରାଇଟସ ଇସୁ୍ୟ କରି କମ୍ପାନୀ ପ୍ରାୟ ୫୫ ହଜାର କୋଟି ଟଙ୍କା ହାସଲ କରିଛି । ଏବେ ନିଜର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲର ଅଂଶଧନ ବିକି୍ର କରି ପୁଞ୍ଜି ଯୋଗାଡ଼ କରିବାରେ ସେ ଲାଗିଛନ୍ତି । ଦୁଇଟି ବିଶ୍ୱସ୍ତରୀୟ ନିବେଶ ସିଲଭର ଲେକ ଓ କେକେଆର ପକ୍ଷରୁ ରିଲାଏନ୍ସ ରିଟେଲର ପ୍ରାୟ ୧୩ ହଜାର କୋଟି ଟଙ୍କା ନିବେଶ କରାଯାଇଛି ।