ପାକିସ୍ତାନ ମାନିଲା କାଶ୍ମୀର ଭାରତର

ପାକିସ୍ତାନ ମାନିଲା କାଶ୍ମୀର ଭାରତର

ପାକିସ୍ତାନ ମାନିଲା କାଶ୍ମୀର ଭାରତର
ନୂଆଦିଲ୍ଲୀ:ଶେଷରେ ପାକିସ୍ତାନ ମାନିଲା ଜାମ୍ମୁ କାଶ୍ମୀର ଭାରତର । ଜେନେଭା ଜାତିସଂଘ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କୁ୍ୟରେସି କହୁ କହୁ କହିଦେଲେ । ଜେନେଭାରେ ସତ ମାନିଲା ପାକିସ୍ତାନ । ପାକିସ୍ତାନ ବୈଦେଶିକ କହିଛନ୍ତି ଯେ, ସବୁକିଛି ସ୍ୱାଭାବିକ ଥିବା ଭାରତ ବିଶ୍ୱବାସୀଙ୍କୁ ଜଣାଇବାକୁ ଚାହୁଁଛି । ଯଦି ସବୁକିଛି ସ୍ୱାଭାବିକ ଅଛି, ମିଡିଆକୁ କାହିଁକି ଅନୁମତି ଦିଆଯାଉନି । ଅନ୍ତର୍ଜାତୀୟ ମିଡିଆ, ସଂଗଠନକୁ କାହିଁକି ଅନୁମତି ଦେଉନାହାନ୍ତି ବୋଲି କୁ୍ୟରେସି ପ୍ରଶ୍ନ କରିଛନ୍ତି ।