ବାଲେଶ୍ୱର ଡ଼ିଏମୟୁ ଟ୍ରେନ ଇଂଜିନରେ ନିଆଁ

ବାଲେଶ୍ୱର ଡ଼ିଏମୟୁ ଟ୍ରେନ ଇଂଜିନରେ ନିଆଁ

ବାଲେଶ୍ୱର ଡ଼ିଏମୟୁ ଟ୍ରେନ ଇଂଜିନରେ ନିଆଁ
ବାରିପଦା - ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ବାଙ୍ଗିରିପୋଷି ଷ୍ଟେସନରେ ବାଙ୍ଗିରିପୋଷି-ବାଲେଶ୍ୱର ଡ଼ିଏମୟୁ ଟ୍ରେନର ପଛ ଇଂଜିନରେ ସର୍ଟ ସାର୍କିଟ କାରଣରୁ ନିଆଁ ଧରିଥିଲା । ଟ୍ରେନର ପଛ ଇଂଜିନରେ ଥିବା ଗାର୍ଡ ହଠାତ ଧୂଆଁ ଉଠିଥିବାର ଦେଖି ଦମକଳ କେନ୍ଦ୍ରକୁ ଖବର ଦେବା ସହ ଟ୍ରେନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ସହାୟତାରେ ଲାଗିଥିବା ନିଆଁକୁ ଲିଭାଇବା ଉଦ୍ୟମ କରି ସଫଳ ହୋଇଥିଲେ । ଧରିଥିବା ନିଆଁରେ ଇଞ୍ଜିନରେ ବିଶେଷ କିଛି କ୍ଷୟ କ୍ଷତି ହୋଇନଥିଲା ଏବଂ ଇଞ୍ଜିନକୁ ମରାମତି କରାଯିବା ପରେ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଟ୍ରେନ ଯାତ୍ରୀମାନଙ୍କୁ ଧରି ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।