'ବାୟୋପିକ'ରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା
'ବାୟୋପିକ'ରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା
admin
Jan 18, 2020 - 12:18
Updated: Jan 18, 2020 - 12:18
ଏପି୍ରଲ ୧୯୮୪ ରେ ‘ସୋୟୁଜ ଟି-୧୧’ ମହାକାଶଯାନରେ ମହାଶୂନ୍ୟକୁ ଯାଇଥିଲେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା । ଅଦ୍ୟାବଧି ମହାଶୂନ୍ୟକୁ ଯାଇଥିବା ସେ ଏକମାତ୍ର ଭାରତୀୟ ନାଗରିକ । ତାଙ୍କ ଭିନ୍ନ ଯେଉଁ ଭାରତୀୟ (କଳ୍ପନା ଚାୱାଲ, ସୁନୀତି ୱିଲିୟମ ଆଦି)ମାନେ ମହାଶୂନ୍ୟକୁ ଯାଇଛନ୍ତି । ସେମାନେ କେହି ଭାରତର ନାଗରିକ ନୁହନ୍ତି । ତେଣୁ ପ୍ରଥମ ତଥା ଏକମା୍ରତ ଭାରତୀୟ ମହାକାଶଚାରୀର ଗୌରବରେ ଗୌରବାନ୍ୱିତ ଏକସ୍ତରି ବର୍ଷ ବୟସ୍କ ରାକେଶ । ତାଙ୍କ ଜୀବନୀ ଆଧାରରେ ଏକ ଫିଲ୍ମ ନିର୍ମାଣ ପାଇଁ ବହୁ ଦିନରୁ ଉଦ୍ୟମ ଚାଲିଛି । ପ୍ରଥମ ‘ସାରେ ଜହାଁ ସେ ଅଚ୍ଛା’ ନାମକ ଫିଲ୍ମ ତିଆରି କରିବା ପାଇଁ ଘୋଷଣା କରାଯାଇଥିଲା । ମୁଖ୍ୟ ଭୂମିକାରେ ଅଭିନୟ କରିଥାଆନ୍ତେ ଆମିର ଖାନ । ସେ ଓହରିବା ପରେ ଭିକି କୌଶଲ, ରଣବୀର କପୁର ଓ ରାଜକୁମାର ରାଓ ଆଦିଙ୍କ ନାମ ଶୁଣିବାକୁ ମିଳିଥିଲା । ତେବେ ‘ସାରେ ଜହାଁ ସେ ଅଚ୍ଛା’ର ସୁଟିଂ ଆରମ୍ଭ ହୋଇପାରିନଥିଲା । ଏବେ ଆମିରଙ୍କ ପରାମର୍ଶ କ୍ରମେ ଫିଲ୍ମଟିକୁ ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି ଶାହାରୁଖ ଖାନ । ଫିଲ୍ମର ନାମ ବଦଳେଇ ରଖାଯାଇଛି ‘ସାଲୁ୍ୟଟ’ । ଏଥିରେ ଶାହାରୁଖଙ୍କ ସହ ଅଭିନୟ କରିବାକୁ ସମ୍ମତ ହୋଇଛନ୍ତି ଫାତିମା ସନା ଶେଖ । ହାତରେ ତିନି ତିନିଟି ଫିଲ୍ମ ‘ଲୁଡୋ’, ‘ସୂରଜ ପେ ମଙ୍ଗଲ ଭାରୀ’ ଓ ‘ଭୂତ ପୁଲିସ’ ଥିବା ସତ୍ତ୍ୱେ ସନା ବେଶ ଉତ୍ସାହର ସହ ‘ସାଲୁ୍ୟଟ୍’ ଗ୍ରହଣ କରିଛନ୍ତି ।