ଶୁଖିଲା ଅଙ୍ଗୁର ବା କିସମିସ ସ୍ୱାସ୍ଥ୍ୟ ପାଇଁ ଉପକାରୀ

ଶୁଖିଲା ଅଙ୍ଗୁର ବା କିସମିସ ସ୍ୱାସ୍ଥ୍ୟ ପାଇଁ ଉପକାରୀ

ଶୁଖିଲା ଅଙ୍ଗୁର ବା କିସମିସ ସ୍ୱାସ୍ଥ୍ୟ ପାଇଁ ଉପକାରୀ
ସ୍ୱାସ୍ଥ୍ୟ ମନ୍ତ୍ର l ଶୁଖିଲା ଅଙ୍ଗୁର ବା କିସମିସ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏଥିରେ ଲୌହସାର, ପଟାସିୟମ ଓ ତନ୍ତୁ ରହିଛି । ଲୌହ ପରିମାଣ ଅଧିକ ଥିବାରୁ ରକ୍ତହୀନତା ଦୋଷ ଦୂର କରେ । ରାତିରେ ଅଳ୍ପ କିସମିସ ଭିଜାଇ, ସକାଳେ ଖାଆନ୍ତୁ । ଚାରି ପାଞ୍ଚଟି କିସମିସ ଖିରରେ ଫୁଟାଇ ଥଣ୍ଡା କରି ପିଅନ୍ତୁ । ରସୁଣ ଓ ଖିର ସହିତ କିସମିସ ଖାଇଲେ ଅଧିକ ସୁଫଳ ମିଳିବ । କିସମିସ ଖାଉଥିବା ଲୋକଙ୍କ କ୍ଷେତ୍ରରେ କର୍କଟ ଆଶଙ୍କା କମ । ଏହା ହଜମ ଶକ୍ତି ବଢ଼ାଏ । ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଲୋକଙ୍କ ଲାଗି ମଧ୍ୟ ଏହା ଉପକାରୀ । ଏହା ରକ୍ତଚାପ ନିୟନ୍ତ୍ରଣ କରେ । ଛୋଟ ପିଲା ପ୍ରତିଦିନ ସକାଳୁ ୪ ରୁ ୫ଟି କିସମିସ ଖାଇବା ଉଚିତ । ଏହା ହୃଦରୋଗ ଆଶଙ୍କା ଦୂର କରେ । ଏହା ଶରୀରକୁ ଶକ୍ତି ଯୋଗାଏ । ଭିଟାମିନ ବି ଓ ସି ଥିବାରୁ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।