ରହସ୍ୟ ଘେରରେ ହତ୍ୟାକାଣ୍ଡ, ୧୮ଦିନ ପରେ ସାମ୍ନାକୁ ଆସିଲା ସତ

ରହସ୍ୟ ଘେରରେ ହତ୍ୟାକାଣ୍ଡ, ୧୮ଦିନ ପରେ ସାମ୍ନାକୁ ଆସିଲା ସତ

ରହସ୍ୟ ଘେରରେ ହତ୍ୟାକାଣ୍ଡ, ୧୮ଦିନ ପରେ ସାମ୍ନାକୁ ଆସିଲା ସତ
ସମ୍ୱଲପୁର - ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇନି ସ୍ୱାମୀ! ସାତଜନମର ସାଥୀ ହେଲା ବଇରି। ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ ପୋତି ନିଖୋଜ ହେବାର ଏତଲା ଦେଲା ସ୍ୱାମୀ। ଘଟଣାର ୧୮ ଦିନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଆଶ୍ଚର୍ୟ୍ୟ କରିଛି ସଭ୍ୟ ସମାଜକୁ। ଏମିତି ଯେ ବୀଭତ୍ସ ହତ୍ୟାକାଣ୍ଡ ଜଣେ ସ୍ୱାମୀ କରିପାରେ? ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନା ବାହାଲପଡ଼ା ଗାଁର କୁନାଲ ସିଂ ଦେଢ଼ବର୍ଷ ତଳେ ବିହାର ରାଜ୍ୟ ପଣ୍ଡୁରା ରାମପୁର ଗାଁର ସତ୍ୟନ୍ଦ୍ର ସିଂଙ୍କ ଝିଅ ଆରତୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିନ ରୀତିନୀତିରେ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ଏହା ସତ୍ତ୍ୱେ ତାଙ୍କୁ ନିର୍ୟାତନା ଦିଆଯାଉଥିଲା। ଏପରିକି ଆରତୀଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଏତେ ନିର୍ୟାତନା ପରେ ମଧ୍ୟ ଆରତୀ ଶାଶୂଘର ଛାଡ଼ି ଯାଇନଥିଲେ। ତେବେ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଉବୁଟୁବୁ ହେଉଥିବା କୋନାଲ୍ ନିଜ ରାସ୍ତାରୁ ଆରତୀଙ୍କୁ ହଟାଇବା ପାଇଁ କରିଥିଲା ଯୋଜନା! ତାଙ୍କୁ ହତ୍ୟା କରି ଘରଠାରୁ ଅଳ୍ପ ଦୂରରେ ଆମ୍ୱୁରେଇ ଜଙ୍ଗଲରେ ପୋତି ଦେଇଥିଲା। ଆଉ କିଛି ନଜାଣିଲା ପରି ସେ ପତ୍ନୀ କୁଆଡ଼େ ଚାଲି ଯାଇଛି ବୋଲି ଗତ ୧ ତାରିଖରେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।