ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍, ୮ ମୃତ

ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍, ୮ ମୃତ

ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ଲିକ୍, ୮ ମୃତ
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଏକ କେମିକାଲ କାରଖାନାରୁ ବିଷାକ୍ତ ଧୂଆଁ ନିର୍ଗତ ହେବାରୁ ୮ ଜଣଙ୍କର ମୃତୁ୍ୟ ଘଟିଛି । ଏମିତିକି ଏକ ଛୋଟ ପିଲାର ବି ମୃତୁ୍ୟ ହୋଇଥିବା ଜାଣିବାକୁ ମିଳିଛି । ଅପରପକ୍ଷରେ ୨୦୦ ଜଣଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀମାନେ ଯାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ଏଲଜି ପଲିମର ଇଣ୍ଡିଆର ଗ୍ୟାସ ପ୍ଲାଂଟରୁ ଗ୍ୟାସ ଲିକ ହୋଇଛି । ଏହି ବିଷାକ୍ତ ଗ୍ୟାସ୍‌ କାରଣରୁ ତିନି କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଭାବିତ ହୋଇଛି। ଫଳରେ ଆଖପାଖ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକଙ୍କ ମୁହଁ ଜଳାପୋଡ଼ା ହେବା ସହ ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି ।