ବିଷ ପିଇ ଯୁବକ, ଯୁବତୀ ମୃତ

ବିଷ ପିଇ ଯୁବକ, ଯୁବତୀ ମୃତ

ବିଷ ପିଇ ଯୁବକ, ଯୁବତୀ ମୃତ
ସୁବର୍ଣ୍ଣପୁର: ବିଷ ପିଇ ଚିକିତ୍ସିତ ହେଉଥିବା ଯୁବକ, ଯୁବତୀଙ୍କ ମୃତ୍ୟୁ ହୋଇଛି । ବିନିକା ବ୍ଲକ୍ ବିଲାରଙ୍ଗା ଅଂଚଳରେ ୨ଯୁବକ, ଯୁବତୀ ବିଷ ପିଇ ଥିଲେ । ଆଜି ସକାଳୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ସେମାନେ କେଉଁ କାରଣ ପାଇଁ ବିଷ ପିଇଥିଲେ ତାହା ଜଣା ପଡିନାହିଁ । ପୋଲିସ ଏହାର ତଦନ୍ତ ଆରମ୍ଭ କରୁଛି ।