ବିହାର ବିଜେପି ମୁଖ୍ୟାଳୟରେ ୭୫ ସଂକ୍ରମିତ

ବିହାର ବିଜେପି ମୁଖ୍ୟାଳୟରେ ୭୫ ସଂକ୍ରମିତ

ପାଟନା: ବିହାର ବିଜେପି ମୁଖ୍ୟାଳୟକୁ କରୋନା ଭାଇରସ ଦୋହଲାଇ ଦେଇଛି । ମୁଖ୍ୟାଳୟରେ ପ୍ରାୟ ୭୫ ଜଣ ନେତା ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବିହାର ବିଜେପି ବିଭାଗ ମୁଖ୍ୟ ସଂଜୟ ଜୟସ୍ୱାଲ କହିଛନ୍ତି, କେବଳ ୨୪ ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ଏହା ର୍ୟାପିଡ ଟେଷ୍ଟରୁ ଜଣାପଡ଼ିଛି ଏବଂ ଆରପିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯେଉଁମାନେ ବି କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କଠାରେ କରୋନା ଭାଇରସର କୌଣସି ଲକ୍ଷଣ ନାହିଁ । ୧୧୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ବିଜେପିର ରାଜ୍ୟ ଉପସଭାପତି ରାଧା ମୋହନ ଶର୍ମା ଏବଂ ରାଜେଶ ଶର୍ମା, ରାଜ୍ୟ ସାଧାରଣ ସଚିବ ଦେବେଶ କୁମାର ଏବଂ ରାଜ୍ୟ ସାଧାରଣ ସଚିବ ନଗେନ୍ଦ୍ର ଅଛନ୍ତି । ଅଫିସକୁ ସିଲ କରି ସାନିଟାଇଜ କରାଯାଇଛି ଏବଂ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କାର୍ଯ୍ୟକର୍ତ୍ତାମାନେଙ୍କୁ କୁହାଯାଇଛି ।