ଭକ୍ତ କହିଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବୁ
ଭକ୍ତ କହିଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବୁ
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ରାଜନୀତି ଥମୁନି । ଉଠୁଛି ପଡୁଛି ରାଜ୍ୟ । ଗୋଟିଏ ପଟେ ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ହଟାଇବା ମୁଡରେ ନାହାନ୍ତି । ଏଭଳି ସ୍ଥିତିରେ ଗତକାଲି ଭବାନୀପାଟଣାରେ ଏକ ସଭା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ମମିତା ମେହେରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଷଡ଼ଯନ୍ତ୍ରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ମନ୍ତ୍ରୀଙ୍କ ପିଏସ, ଡ୍ରାଇଭର ଓ ଅଙ୍ଗରକ୍ଷୀଙ୍କ ଫୋନ୍ କଲ୍ ଯାଂଚ ହେଲେ, ସବୁ ସତ ଜଣାପଡ଼ିବ । ଏଭଳି ସଙ୍ଗୀନ ଅଭିଯୋଗ ସତ୍ୱେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସୁଥିବାବେଳେ କଂଗ୍ରେସ ଏହାର ବିରୋଧ କରିବ ବୋଲି ଭକ୍ତ ଚେତାଇ ଦେଇଛନ୍ତି ।
ଗତକାଲି କଂଗ୍ରେସ ପକ୍ଷରୁ ମମିତାଙ୍କୁ ନ୍ୟାୟ ଦାବିରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ଭକ୍ତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ମମିତାଙ୍କୁ ନ୍ୟାୟ ନ ମିଳିବା ଯାଏ ଏ ଆନେ୍ଦାଳନ ଥମିବନି । କଂଗ୍ରେସ ଲଢେ଼ଇ ଜାରି ରଖିବ ।




admin 