ଭାରତ ଫେରିବେ ନୀରବ ମୋଦୀ

ଭାରତ ଫେରିବେ ନୀରବ ମୋଦୀ

ଭାରତ ଫେରିବେ ନୀରବ ମୋଦୀ

ଲଣ୍ଡନ :  ଭାରତକୁ ପ୍ରତ୍ୟାର୍ପଣ ବିରୋଧରେ ନୀରବ ମୋଦୀ ବ୍ରିଟେନର ସୁପ୍ରିମକୋର୍ଟରେ ଅପିଲ କରିପାରିବ ନାହିଁ ବୋଲି ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ନୀରବ ମୋଦୀକୁ ଭାରତ ହାତରେ ପ୍ରତ୍ୟାର୍ପଣ ହେବା ନିଶ୍ଚିତ ହୋଇଯାଇଛି । କାରଣ ନୀରବ ମୋଦୀ ପାଖରେ ଏବେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ ।ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୋଧରେ ନୀରବ ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା । କିନ୍ତୁ ଗତ ନଭେମ୍ବର ମାସରେ ଲଣ୍ଡନ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ନିରବ ମୋଦୀ କୋର୍ଟରେ ଏକ ଅଦ୍ଭୁତ କାରଣ ଦର୍ଶାଇ ପ୍ରତ୍ୟାର୍ପଣ ନ କରିବାକୁ ନିବେଦନ କରିଥିଲା । ସେ ଦର୍ଶାଇଥିଲା ଯେ ତାହାର ମାନସିକ ଅବସ୍ଥା ଭଲ ନାହିଁ, ଭାରତକୁ ପଠାଇଲେ ତାହାର ମାନସିକ ଅବସ୍ଥା ଆହୁରି ଖରାପ ହେବ ଓ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ । କିନ୍ତୁ କୋର୍ଟ ତାର ଏହି ବାହାନାକୁ ମାନିନଥିଲେ ।ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ବ୍ୟାଙ୍କ ଠକେଇ ମାମଲାରେ ନିରବ ମୋଦୀଙ୍କୁ ସିବିଆଇ ଓ ଇଡି ଖୋଜୁଛନ୍ତି । ନୀରବ ଗତ ୨୦୧୮ ମସିହାରେ ଭାରତରୁ ପଳାୟନ କରିଥିଲା । ଏହାର ଦୁଇବର୍ଷ ପରେ ୨୦୨୦ରେ ତାକୁ ଲଣ୍ଡନରେ ଗିରଫ କରାଯାଇଥିଲା ।