ଭାଲେଣ୍ଟାଇନ୍‍ ସପ୍ତାହରେ ଭୂମିକାଙ୍କୁ ବାହା ହେବେ ଅମ୍ଳାନ

ଭାଲେଣ୍ଟାଇନ୍‍ ସପ୍ତାହରେ ଭୂମିକାଙ୍କୁ ବାହା ହେବେ ଅମ୍ଳାନ

ଭାଲେଣ୍ଟାଇନ୍‍ ସପ୍ତାହରେ ଭୂମିକାଙ୍କୁ ବାହା ହେବେ ଅମ୍ଳାନ
ଭୂମିକାଙ୍କୁ ବିବାହ କରିବେ ଓଲିଉଡ଼ର ଲୋକପି୍ରୟ କଳାକାର ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ନିକଟରେ ପରିବାର ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ ସରିଛି । ଆସନ୍ତା ୭ ଫେବୃୟାରୀ ୨୦୨୦ରେ ସେ ବିବାହ କରିବାକୁ ଯାଉଥିବା ସୂଚନା ମିଳିଛି । ଭାଲେଣ୍ଟାଇନ ସପ୍ତାହରେ ବିବାହ କରିବେ ଏହି ଷ୍ଟାର ସନ୍‍ । ନିକଟରେ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଭାବି ପତ୍ନୀଙ୍କ ନାମ ହେଉଛି ଭୂମିକା । କଥା ସେଇଠି ଅଟକି ଯାଉଛି, ଏହି ଭୂମିକା କିଏ? ଏଠି ଆଉ ସସପେନ୍ସ ନରଖି କହି ଦେଉଛୁ, ଏ ଭୂମିକା ସିନେ ଦୁନିଆର ନୁହନ୍ତି । ତାଙ୍କର ସିନେ ଜଗତ ସହ କୌଣସି ସମ୍ପର୍କ ନାହିଁ । ତାଙ୍କର ଘର କଟକ ସିଡିଏ ସେକ୍ଟର-୮ ଅଞ୍ଚଳରେ । ସିନେପ୍ରେମୀଙ୍କୁ ଏହି ଖୁସି ଖବର ମିଳିବା ପରେ ଏବେ ସମସ୍ତେ ବରଯାତ୍ରୀ ହୋଇଯିବାକୁ ଗୋଡ଼ ଟେକି ବସିଛନ୍ତି ।