ଭୁବନେଶ୍ୱରରେ ପୁଣି ୧୯ ପଜିଟିଭ
ଭୁବନେଶ୍ୱରରେ ପୁଣି ୧୯ ପଜିଟିଭ
admin
Jul 5, 2020 - 08:24
Updated: Jul 5, 2020 - 08:24
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଭୁବନେଶ୍ୱରରେ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଓ ଲୋକାଲ କଣ୍ଟାକ୍ଟ କେସ ୧୦ ଜଣ ବୋଲି ଜଣାଯାଇଛି । ୧୦ ଜଣ ଲୋକାଲ କେସ ମଧ୍ୟରେ ୨ ଜଣ କୋଭିଡ ଯୋଦ୍ଧା ଅଛନ୍ତି । କଳ୍ପନା ଛକ ନିକଟ ଏକ ସରକାରୀ ଅଫିସର ୨ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହିପରି ବଡ଼ଗଡ଼ ନେତାଜୀ କ୍ଲବ ପାଖ ଜଣେ ୨୭ ବର୍ଷୀୟ ଯୁବକ ସଂକ୍ରମିତ ହୋଇଛନ୍ତି । ଭରତପୁର ତେଲୁଗୁସାହିର ଜଣେ ୬୦ ବର୍ଷ ମହିଳା ସଂକ୍ରମିତ ହୋଇଛନ୍ତି । ଘାଟିକିଆର ଜଣେ ୨୧ ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ-୪ ଏସସିପିସିଆର ଅଫିସ ପାଖରେ ଜଣେ ୨୪ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ କର୍ମଚାରୀ, ଝାରପଡ଼ା ମହାବୀର ନଗରର ଜଣେ ୩୦ ବର୍ଷୀୟ ବ୍ୟାଙ୍କ କର୍ମଚାରୀ ଓ ସୁନ୍ଦରପଦା ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକ କରୋନାରେ ସଂକ୍ରମିତ ହୋଇଛନ୍ତି । ପଳାସପଲ୍ଲୀ ଏୟାରପୋର୍ଟ ନିକଟରେ ଜଣେ ୩୧ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହ ରାଜ୍ୟରେ ୯ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରୁ ଆଉ ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୩୧୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ରବିବାର ଚିହ୍ନଟ ୪୬୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୦ରେ ପହଞ୍ଚିଛି।