ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକ

ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକ

ମହାରଥୀଙ୍କ ପାଇଁ ବିଧାନସଭାରେ ଶୋକ
ଭୁବନେଶ୍ୱର : ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କର ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହାକୁ ସମର୍ଥନ କରିଛନ୍ତି । ଅକସ୍ମାତ ମହାରଥୀଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଥିବାବେଳେ ରାଜନୀତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବିଶେଷକରି ପିପିଲି ନିର୍ବାଚନମଣ୍ଡଳୀ ସ୍ତବ୍ଧ ହୋଇଯାଇଛି । ପିପିଲିରୁ ୭ ଥର ନିର୍ବାଚିତ ହୋଇଥିବା ପ୍ରଦୀପ ମହାରଥୀ ଓରଫ ନାଟୁ ଭାଇ ସମସ୍ତଙ୍କର ଅତି ଆପଣାର ଥିଲେ । ହଜାର ହଜାର ଲୋକ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟଯେ, ୧୯୭୫ରେ ଛାତ୍ର ରାଜନୀତିରୁ ସେ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ । ପୁରୀ ସରକାରୀ ମର୍ଣ୍ଣିଂ କଲେଜର ସେକ୍ରେଟାରୀ ହୋଇଥିବା ମହାରଥୀ ଜରୁରୀକାଳୀନ ପରିସ୍ଥିତି ସମୟରେ ମିଶା ଆଇନରେ ଗିରଫ ହୋଇଥିଲେ । ୧୯୭୭ରେ ସେ ପୁରୀ ଏସସିଏସ କଲେଜର ସଭାପତି ହୋଇଥିଲେ । ୧୯୮୫ରେ ଜନତା ଦଳ ଟିକେଟରୁ ସେ ପ୍ରଥମ ଥର ପାଇଁ ବିଧାନସଭା ଯାଇଥିଲେ । ପରେ ୧୯୯୦ରେ ବି ପୁନର୍ବାର ନିର୍ବାଚିତ ହୋଇଥିଲେ । ୧୯୯୫ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ୨୦୦୦ରୁ ପୁଣି ୫ ଥର ବିଧାନସଭାକୁ ନିର୍ବାଚିତ ହେବାର ସୌଭାଗ୍ୟ ପାଇଥିଲେ ।