ପୋଲିସକୁ ମିଳିଲା ବଡ ସଫଳତା: ଉଦ୍ଧାର ହେଲା

ପୋଲିସକୁ ମିଳିଲା ବଡ ସଫଳତା: ଉଦ୍ଧାର ହେଲା

ବଲାଙ୍ଗୀର, ପାଟଣାଗଡ ୪ଦିନର ଶିଶୁ ପିଲା ଚୋରି ଘଟଣାରେ ପୁଲିସକୁ ମିଳିଛ ପୋଲିସି ବଡ ସଫଳତା । ଚୋରି ହୋଇଥିବା ୪ ଦିନର ଶିଶୁକୁ ଉଦ୍ଧାର କଲା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି । ଗତ ୬ ତାରିଖରେ ପାଟଣାଗଡ ଡାକ୍ତରଖାନାରୁ ଶିଶୁକୁ ଜଣେ ମହିଳା ନେଇଯାଇଥିଲେ । ଜଣେ ଅଜଣା ମହିଳା ସର୍ମ୍ପକୀୟ ବୋଲି ପରିଚୟ ଦେଇ ଶିଶୁ କକ୍ଷର ୭୬ ନମ୍ବର କ୍ୟାବିନରୁ ପିଲାଟିକୁ ଖେଳାଇବା ବାହାନାରେ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ମହିଳା ଜଣଙ୍କ ଆଶାକର୍ମୀ ବେଶରେ ଆସିଥିବା ବେଳେ ତା ସହଯୋଗୀ ବାହାରେ ଏକ ବାଇକ୍ର ଅପେକ୍ଷା କରିଥିବା ସ୍ଥାନୀୟ ଲୋକେ କହିଥିଲେ । ଶିଶୁ ଚୋରି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା