ମାଡି ଆସୁଛି ସାମୁଦ୍ରିକ ଝଡ ଫନି

ମାଡି ଆସୁଛି ସାମୁଦ୍ରିକ ଝଡ ଫନି

ମାଡି ଆସୁଛି ସାମୁଦ୍ରିକ ଝଡ ଫନି
ଭୁବନେଶ୍ବର : ମାଡି ଆସୁଛି ସାମୁଦ୍ରିକ ଝଡ ଫନି ଅତି ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୬୧୦କିଲୋମିଟର ଦୂରରେ ରହିଛି ଫନି । ଘଣ୍ଟା ପ୍ରତି ୭କିମି ବେଗରେ ଓଡିଶା ମୁହାଁ ହେଉଛି। ‘ଫନି’ ୩ ତାରିଖ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିମି ବେଗ ରହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ ୨୦୦କିମି ରହିବ। ତେବେ ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ସମଗ୍ର ଉପକୂଳ ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ । ବାତ୍ୟା ଫୋନି ପ୍ରଭାବରେ ସମୁଦ୍ରରେ ୧.୫ ମିଟର ଜୁଆର ଉଠି ଆସିବ । ଫୋନି ଲ୍ୟାଣ୍ଡଫଲ୍ କରିବା ସମୟରେ ତଳିଆ ଅଂଚଳରେ ପାଣି ପଶିବାର ଅଧିକ ସମ୍ଭାବନା ରହିଛି । ଓଡିଶାର ୪ ଜିଲ୍ଲାର ତଳିଆ ଅଂଚଳ ପାଇଁ ସତର୍କତା ଜାରୀ କରାଯାଇଛି । ଗଞ୍ଜାମ,ଖୋର୍ଦ୍ଧା,ପୁରୀ,ଜଗତସିଂହପୁର ଜିଲ୍ଲା ପାଇଁ ସରକାର ସତର୍କ ସୂଚନା ଦେଇଛନ୍ତି ।