ଜୁଲାଇରେ ହେବ ୫ରୁ ୧୦ଟି ଖଣିର ନିଲାମ

ଜୁଲାଇରେ ହେବ ୫ରୁ ୧୦ଟି ଖଣିର ନିଲାମ

ଜୁଲାଇରେ ହେବ ୫ରୁ ୧୦ଟି ଖଣିର ନିଲାମ
ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସ ସୁଦ୍ଧା ୫ରୁ ୧୦ଟି ଖଣିର ନିଲାମ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଶ୍ରୀ ମଲ୍ଲିକଙ୍କ ସୂଚନା ଅନୁଯାୟୀ ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି । ଶିଳ୍ପ ସଂସ୍ଥାକୁ ଯେମିତି କଞ୍ଚାମାଲ ଅଭାବ ନପଡ଼ିବ ତା ପାଇଁ ବ୍ୟବସ୍ଥା ହେବ । ଆମ ପାଖରେ ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି । ଜୁଲାଇ ସୁଦ୍ଧା ମୋଟ ୩୬ଟି ମଧ୍ୟରୁ ୫ରୁ ୧୦ଟି ଖଣିର ନିଲାମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି । ସେହିପରି ସେ କହିଛନ୍ତି ଯେ, କୋଇଲା ରୟାଲଟି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ବଢଉନି । ରାୟାଲଟି ବଢୁନଥିବାରୁ ଓଡ଼ିଶା ବିପୁଳ ପରିମାଣର ରାଜସ୍ୱ ହରାଉଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।