ଜନଶୁଣାଣିରେ ଷଣ୍ଢ ଛାଡ଼ିଲେ ଚାଷୀ
ଜନଶୁଣାଣିରେ ଷଣ୍ଢ ଛାଡ଼ିଲେ ଚାଷୀ
admin
Oct 28, 2019 - 10:38
Updated: Oct 28, 2019 - 10:38
ପଟ୍ଟାମୁଣ୍ଡାଇ: ଦୀର୍ଘ ଦିନ ଧରି ଉପôାତ ଚଳାଇଥିଲେ ବୁଲା ଷଣ୍ଢ । କେତେବେଳେ ରାସ୍ତାରେ ଶୋଉଥିଲେ ତ କେତେବେଳେ ବାଡ଼ିରେ ଫସଲ ନଷ୍ଟ କରୁଥିଲେ । ଫସଲ ନଷ୍ଟ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଥିଲେ । ଏହାର ପ୍ରତିକାର ପାଇଁ ଚାଷୀ ବାରମ୍ବାର ପ୍ରଶାସନକୁ ଜଣାଇ ଆସୁଥିଲେ । କେହି ଶୁଣିଲେନି । ଫଳ ଘର ଏକଦମ ଶୂନ । ଶେଷରେ ଚାଷୀ ତାତିଲେ । ଆଉ ଶତାଧିକ ଷଣ୍ଢକୁ ଆଣି ବ୍ଲକ କାର୍ଯ୍ୟାଳୟରେ ଛାଡ଼ିଲେ । ସବୁ ଠାରୁ ବଡ଼ କଥା ହେଲା ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବାବେଳେ ଚାଷୀମାନେ ଷଣ୍ଢଗୁଡ଼ିକୁ ଆଣି ଛାଡ଼ିଥିଲେ । ଏଭଳି ଘଟଣା ଘଟିଛି ରାଜନଗର ବ୍ଲକ କାର୍ଯ୍ୟାଳୟରେ ।
ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଷଣ୍ଢ ବ୍ୟାପକ କ୍ଷତି କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା । ଷଣ୍ଢଙ୍କ ପାଇଁ କୌଣସି ପ୍ରତିକାର କରାଯାଉନଥିବାରୁ ଚାଷୀମାନେ ଶେଷରେ ତାତିଛନ୍ତି । ଆଜି ରାଜନଗର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିଲା । ଚାଷୀମାନେ ଶତାଧିକ ଷଣ୍ଢଙ୍କୁ ଘଉଡ଼ାଇ ଆଣି ବ୍ଲକ ଅଫିସରରେ ଛାଡ଼ିଦେଇଥିଲେ ।