ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ପ୍ରସଙ୍ଗ : ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ପ୍ରଶାସକ

ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ପ୍ରସଙ୍ଗ : ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ପ୍ରଶାସକ

ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ପ୍ରସଙ୍ଗ : ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ପ୍ରଶାସକ
ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ଏକ ବଡ଼ ଖବର ସାମାନାକୁ ଆସିଛି । ଲୋକାୟୁକ୍ତଙ୍କ ନିକଟରେ ୨ ଜଣ ବରିଷ୍ଠ ଆଇଏଏସ ପୁଣି ହାଜର ହୋଇଛନ୍ତି । ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ଆଜି ଲୋକୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂଗ କିଟ, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଜୁନ ୧୭ ତାରିଖ ଦିନ କଂଗ୍ରେସ ନେତା ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ । ସେପ୍ଟେମ୍ବର ୧୪ ତାରିଖ ଦିନ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ । ତକ୍ରାଳନୀ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀର ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ । ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗର ପକ୍ଷ ରଖିବାକୁ ଉଭୟ ହାଜର ହୋଇଥିଲେ । ଏହାପରେ ଉଭୟ ଅଧିକାରଙ୍କୁ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ ଲୋକାୟୁକ୍ତ । ଆଜି ଉଭୟ ଅଧିକାରୀ ହାଜର ହେବା ସହିତ ଲୋକାୟୁକ୍ତଙ୍କ ନିକଟରେ ନିଜର ପକ୍ଷ ରଖିଛନ୍ତି ।