ମା’ପୁଅକୁ ହତ୍ୟା କରି ଜାଳିଦେଲେ
ମା’ପୁଅକୁ ହତ୍ୟା କରି ଜାଳିଦେଲେ
admin
Sep 11, 2020 - 06:09
Updated: Sep 11, 2020 - 06:09
ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟା । ମା’ପୁଅଙ୍କୁ ପିଟି ପିଟି ହତ୍ୟା କରିବା ପରେ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଚୋରି ଧରାପଡ଼ିବା ଭୟରେ ଏପରି ହୋଇଥିବା ସନେ୍ଦହ ସୃଷ୍ଟି ହୋଇଛି । ଘଟଣାରେ ସମ୍ପୃକ୍ତ ସନେ୍ଦହରେ ପୁଲିସ ଗ୍ରାମର ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
କଳିଗାଁ ଗ୍ରାମର ଜଞ୍ଜାଳି ଜେନା (୮୦) ଙ୍କର ଘର ଦ୍ୱାର ନାହିଁ । ତାଙ୍କର ଦୁଇ ପୁଅ । ଅନ୍ୟ ଜଣେ ପୁଅ ଘରେ ମୂଲମଜୁରି ଲାଗି ଚଳନ୍ତି । ଘର ନଥିବାରୁ ମା’ପୁଅକୁ ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି ଘରେ ଆଶ୍ରୟ ନେଇଥିଲେ । ରାତି ସେମାନଙ୍କ ଥିଲା କାଳରାତ୍ରୀ । କେହି ଦୁର୍ବୃତ୍ତ ସେମାନଙ୍କୁ ପିଟି ପିଟି ହତ୍ୟା କରିବା ପରେ ଜାଳି ଦେଇଥିଲେ । ଅର୍ଦ୍ଧଦଗ୍ଧ ମା’ଙ୍କ ଶରୀର କ୍ଷତବିକ୍ଷତ ହୋଇଥିବା ବେଳେ ପୁଅ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ସକାଳୁ ସକାଳୁ ଏହା ଜଣାପଡ଼ିବା ପରେ ଗ୍ରାମବାସୀଙ୍କମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକେ ରାସ୍ତାରୋକ କରିବା ସହିତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ପୁଲିସ ଫରେନସିକ ଟିମ ଓ ଡଗସ୍କ୍ୱାର୍ଡ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳକୁ ଲୋକଙ୍କ ଅସନ୍ତୋଷ ବି ତୀବ୍ର ରୂପ ଧାରଣ କରିଥିଲା । ଉତ୍ତ୍ୟକ୍ତ ଲୋକେ ଶବକ ଛାଡ଼ି ନଥିଲେ । ପରିସ୍ଥିତି ଅଧିକ ବିଗୁଡ଼ୁଥିବାେ ବେଳେ ପୁଲିସ ପହଞ୍ଚି ସନେ୍ଦହରେ ୬ ଜଣଙ୍କୁ ଉଠାଇ ଆଣିଛି । ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ପରେ ଲୋକେ ଶବକ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ । ଅନ୍ୟପଟେ ଶବ ପଡ଼ିଥିବା ଘରଠାରୁ ମାତ୍ର ୧୦ ଫୁଟ ଦୂରରେ କପିଳେନ୍ଦ୍ର ସାହୁଙ୍କର ଏକ ଦୋକାନ ଭଙ୍ଗାରୁଜା ହେବା ସହ ତା ଭିତରୁ ଅନେକ ସାମଗ୍ରୀ ଚୋରିଯାଇଛି ।