ହାତବାନ୍ଧି ମହାନଦୀକୁ ଡେଇଁଲେ ପ୍ରେମୀ ଯୁଗଳ

ହାତବାନ୍ଧି ମହାନଦୀକୁ ଡେଇଁଲେ ପ୍ରେମୀ ଯୁଗଳ

ହାତବାନ୍ଧି ମହାନଦୀକୁ ଡେଇଁଲେ ପ୍ରେମୀ ଯୁଗଳ
କଟକ-ମହାନଦୀବିହାର: ମୃତୁ୍ୟ ପରେ ବି ସେମାନଙ୍କୁ କେହି ଅଲଗା କରିପାରିବେନି । ଏଭଳି ବିଶ୍ୱାସ ରଖି ପରସ୍ପରକୁ ହାତକୁ ବାନ୍ଧି ଡେଇଁ ପଡ଼ିଥିଲେ ମହାନଦୀକୁ । ମହାନଦୀରୁ ଚିତ୍ରୋପôଳା ଏବଂ ପରେ ଲୁଣା ନଦୀରେ ଉଭୟଙ୍କ ଶବ ଭାସି ଭାସି ତିନି ଦିନ ପରେ ଉଦ୍ଧାର ହୋଇଛି । ଝିଅର ବାମ ହାତ ସହିତ ପୁଅର ଡାହାଣ ହାତ ବନ୍ଧା ହୋଇ ରହିବା ଅବସ୍ଥାରେ ସେମାନଙ୍କ ଉଦ୍ଧାର କରାଯାଇଛି । କଟକର ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି ମୃତୁ୍ୟ ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି । ମୃତ ପ୍ରେମୀ ଯୁଗଳ ହେଉଛନ୍ତି କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଉପରସାହିରେ ଭଡ଼ା ନେଇ ରହୁଥିବା ଚିତ୍ତରଞ୍ଜନ ଜେନାଙ୍କ ପୁଅ ତୁଷାର ଜେନା (୨୧) ଓ ତାଙ୍କର ପଡେ଼ାଶୀ ଅଙ୍କିତା ସିଂହ (୧୪) । ତୁଷାର ଓ ଅଙ୍କିତାଙ୍କ ପ୍ରେମ କାହାଣୀ ପୁରା ସାହି ଜାଣିଥିଲା । କିନ୍ତୁ ଝିଅ ନାବାଳିକା ଥିବାରୁ ଝିଅର ପରିବାର ଲୋକେ ଏହାର ଦୃଢ଼ ବିରୋଧ କରିଥିଲେ । ଏଭଳି ସ୍ଥିତିରେ ଉଭୟ ଗଲା ୭ ତାରିଖରେ ଘରୁ ପଳାଇଯାଇଥିଲେ । ସେମାନେ ପରସ୍ପର ହାତକୁ ଏକ ରୁମାଲରେ ବାନ୍ଧି ମହାନଦୀକୁ କାଳିଆବୁଦା ପୋଲ ଉପରୁ ଡେଇଁ ପଡ଼ିଥିବା ସନେ୍ଦହ କରାଯାଇଥିଲା । କିନ୍ତୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନ ମିଳିବାରୁ ନାବାଳିକାର ପରିବାର ପକ୍ଷରୁ ମାଲଗୋଦାମ ଥାନାରେ ଏକ ଅପହରଣ ଅଭିଯୋଗ ହୋଇଥିଲା । ପୁଲିସ ଦଫା ୩୬୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ରବି ନାରାୟଣ ଭଞ୍ଜଙ୍କ କହିବା ଅନୁଯାୟୀ ଅଭିଯୋଗ ମିଳିବାର ଅଧଘଣ୍ଟା ଭିତରେ ଅପହରଣ ମାମଲା ରୁଜୁ କରି କଟକ ଭୁବନେଶ୍ୱର ରେଳ ଷ୍ଟେସନ ପୁରୀ, ପୁଅର କିଛି ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଇଥିଲା । କିନ୍ତୁ ପୁଅର ମୋବାଇଲ ଫୋନ ଶିଖରପୁରରେ ବନ୍ଦ ହୋଇଥିବା ଯୋଗୁଁ ତା’ର ଲୋକେସନ ଜଣାପଡ଼ିନଥିଲା । ତୁଷାର ଜେକେବିକେ କଲେଜରେ ଗ୍ରାଜୁଏସନ କରିବା ପରେ ଏକ ଘରୋଇ ଋଣ ଆଦାୟକାରୀ ସଂସ୍ଥାରେ ନୂଆ କରି ଚାକିରି ଆରମ୍ଭ କରିଥିଲେ । ଝିଅ ସ୍ଥାନୀୟ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ତିନି ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏ କଥା ଜଣାପଡ଼ିବା ପରେ ନାବାଳିକାର ପରିବାର ଲୋକେ ଉଭୟଙ୍କୁ ତାଗିଦ କରିଥିଲେ । କିନ୍ତୁ ସେମାନଙ୍କୁ ମରିଗଲା ପରେ ବି କେହି ଅଲଗା କରିପାରିବେ ନାହିଁ ବୋଲି ସେମାନେ ତାଙ୍କ ସାଙ୍ଗସାଥୀକୁ କହିଥିବା ବେଳେ ତାହାକୁ କରି ଦେଖାଇ ଦେଲେ ବୋଲି ଆଲୋଚନା ହେଉଛି ।