ରାଜଧାନୀରୁ ଆଜି ଆଉ ୧୧୫୧ ପଜିଟିଭ୍ ଚିହ୍ନଟ
ରାଜଧାନୀରୁ ଆଜି ଆଉ ୧୧୫୧ ପଜିଟିଭ୍ ଚିହ୍ନଟ
admin
May 18, 2021 - 13:01
Updated: May 18, 2021 - 13:01
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦ୍ୱିତୀୟ ଢେଉରେ କରୋନାର କରାଳ ରୂପ ମଧ୍ୟ ଦେଖିବାକୁ ମିଳୁଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୬୩ ହଜାର ୫୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୪ ହଜାର ୩୨୯ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ମୃତୁ୍ୟବରଣ କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୫୧ ଜଣଙ୍କ ମଧ୍ୟରୁ କ୍ୱାରେଂଟିନରୁ ୧୮୪ ଓ ଲୋକାଲ କେସରୁ ୯୬୭ ଜଣ ଚିହ୍ନଟ ହୋଇଛନ୍ତି । ଓଲ୍ଡ ଟାଉନ-୬୫, ପଟିଆ-୬୪, ନୟାପଲ୍ଲୀ-୫୩, ଝାରପଡା-୩୭, ବରମୁଣ୍ଡା-୩୭ ଓ ଡୁମୁଡୁମାରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଆଜି ୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୬୩ ହଜାର ୬୪୯କୁ ବୃଦ୍ଧି ପାଇଛି ।