ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ।

ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ।

ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି  ।
ରାଜ୍ୟରେ ଆଉ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଁଚିଛି । ଅପରପକ୍ଷରେ ୧୭୧୬ ଜଣ ସୁସ୍ଥ ହୋଇଥିବାବେଳେ ୧୧୨୯ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୯ ଜଣ କରୋନାରେ ମୃତୁ୍ୟବରଣ କରିଥିବାବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ୨ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ଗଞ୍ଜାମରେ ୧, ଯାଜପୁରରେ ୭, ଖୋର୍ଦ୍ଧାରେ ୧୮, କଟକରେ ୫, କେନ୍ଦ୍ରାପଡ଼ାରେ ୩, ବଲାଙ୍ଗୀରରେ ୫, ପୁରୀରେ ୧, ସୁନ୍ଦରଗଡ଼ରେ ୧୮, ଜଗତସିଂହପୁରରେ ୨, ନୟାଗଡ଼ରେ ୪, ନୂଆପଡ଼ାରେ ୧, ଢେଙ୍କାନାଳରେ ୨, କେନ୍ଦୁଝରରେ ୧, ଅନୁଗୁଳରେ ୨, ସୋନପୁରରେ ୩ ଓ କୋରାପୁଟରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଂଟାଇନ ସେଂଟରରେ ଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।