୨୪ ଘଣ୍ଟାରେ ୪୫ ହଜାର ୨୦୯ ନୂତନ ସଂକ୍ରମିତ, ୫୦୧ ମୃତ

୨୪ ଘଣ୍ଟାରେ ୪୫ ହଜାର ୨୦୯ ନୂତନ ସଂକ୍ରମିତ, ୫୦୧ ମୃତ

୨୪ ଘଣ୍ଟାରେ ୪୫ ହଜାର ୨୦୯ ନୂତନ ସଂକ୍ରମିତ, ୫୦୧ ମୃତ
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୨୦୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୦୧ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୯୫ ହଜାରକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାରରେ ପହଞ୍ଚିଛି । ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ୮୫ ଲକ୍ଷ ୨୧ ହଜାର ଲୋକେ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ ୪୦ ହଜାରରେ ପହଞ୍ଚିଛି । ଆମେରିକାର ପରେ ବିଶ୍ୱରେ ଏହି ବୃଦ୍ଧି ପାଉଥିବା କରୋନା ମାମଲା ସର୍ବାଧିକ। ଏଥି ସହିତ ମୃତ୍ୟୁ ସଂଖ୍ୟା ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି। ଆଇସିଏମ୍‌ଆରର ସୂଚନା ଅନୁସାରେ ଗତ ୨୧ ତାରିଖ ସୁଦ୍ଧା ଦେଶରେ ମୋଟ୍‌ ୧୩ କୋଟି ୧୭ ଲକ୍ଷ ନମୁନା ପରୀକ୍ଷଣ ହୋଇଛି।