ଭାରତ ପ୍ରଥମ ଦେଶଭାବେ ଜନତା କର୍ଫୁ୍ୟ ଆରମ୍ଭ କରିଥିଲା : ପ୍ରଧାନମନ୍ତ୍ରୀ

ଭାରତ ପ୍ରଥମ ଦେଶଭାବେ ଜନତା କର୍ଫୁ୍ୟ ଆରମ୍ଭ କରିଥିଲା : ପ୍ରଧାନମନ୍ତ୍ରୀ

 ଭାରତ ପ୍ରଥମ ଦେଶଭାବେ ଜନତା କର୍ଫୁ୍ୟ ଆରମ୍ଭ କରିଥିଲା : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ଜରିଆରେ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ସହ କୋଭିଡ-୧୯ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଟିକାର ଶୁଭାରମ୍ଭ କରି ମୋଦୀ ପ୍ରସ୍ତୁତକାରୀଙ୍କୁ ପ୍ରଶଂସା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଭାରତ ପ୍ରଥମ ଦେଶଭାବେ ଜନତା କର୍ଫୁ୍ୟ ଆରମ୍ଭ କରିଥିଲା । ଜନତା କର୍ଫୁ୍ୟରୁ ଶିକ୍ଷା ମିଳିଲା । ଲକଡାଉନ ଓ ସଟଡାଉନ ହେଲା । ବିଶ୍ୱର ଅନେକ ଦେଶ ଭାରତୀୟଙ୍କୁ ଅନୁସରଣ କଲେ । ଲକଡାଉନ ଓ ସଟଡାଉନ ଦ୍ୱାରା ଆମକୁ ଅନେକ ଉପକାର ମିଳିଲା ବୋଲି ମୋଦୀ କହିଛନ୍ତି । ସେହିପରି ଟିକା ବାହାରିଥିଲେ ବି କରୋନା କଟକଣା ମାନି ଚଳନ୍ତୁ । ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ଓ ମାସ୍କ ପିନ୍ଧିବା ଜାରି ରଖନ୍ତୁ । ଦେଶରେ ଦୁଇ ପ୍ରକାରର ଟିକା ପ୍ରସ୍ତୁତ ହୋଇଛି । ଖୁବ କମ ସମୟ ମଧ୍ୟରେ ଦୁଇ ପ୍ରକାରର ଟିକା ଡେଭଲପ ହୋଇଛି । ଅନ୍ୟ ଦେଶମାନଙ୍କ ଠାରୁ କମ ଦାମରେ ଆମେ ଟିକା ପ୍ରସ୍ତୁତ କରିଛୁ । ସାରା ବିଶ୍ୱର ବିଶ୍ୱା ଭାରତୀୟ ବୈଜ୍ଞାନିକଙ୍କ ଉପରେ ବଢିଛି । ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ । ଟିକା ପ୍ରସ୍ତୁତକାରୀ ପ୍ରଥମେ ଟିକା ନେବା ପାଇଁ ହକଦାର । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତେ ମାଗଣା ଟିକା ନେବେ । ସ୍ୱାସ୍ଥ୍ୟ କର୍ମୀ ଓ ସୁରକ୍ଷା ର୍କମୀଙ୍କୁ ଅଗ୍ରାଧିକାର ମିଳିବ ବୋଲି ମୋଦୀ କହିଛନ୍ତି । ଏହାଛଡ଼ା ଭାରତରେ ଟିକାକରଣ ସାରା ବିଶ୍ୱରେ ବୃହତ୍ତମ । ବିଶ୍ୱରେ କେବେ କୌଣସି ଠାରେ ଏପରି ଟିକାକରଣ ହୋଇନଥିଲା । ବିଶ୍ୱରେ ୧୦୦ଟି ଦେଶର ଲୋକଙ୍କ ସଂଖ୍ୟା ୩ କୋଟିରୁ କମ । ଭାରତରେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟିକା ଦେବାର ବ୍ୟବସ୍ଥା ହୋଇଛି । ୩୦କୋଟିରୁ ଅଧିକ ଲୋକସଂଖ୍ୟା ଦେଶ ଭାରତ, ଚୀନ ଓ ଆମେରିକା । ଦ୍ୱିତୀୟ ପର୍ଯ୍ୟାୟରେ ଆମେ ୩୦କୋଟି ଲୋକଙ୍କୁ ଟିକା ଦେବୁ । ଭାରତ ବିରାଟ ଦେଶ ହୋଇ ବି ଟିକା ପ୍ରସ୍ତୁତ କରି ସାମର୍ଥ୍ୟ ଦେଖାଇଛି ବୋଲି ମୋଦୀ କହିଛନ୍ତି ।