ଚାରି ମାସ ମଧ୍ୟରେ ପ୍ରଥମ ପାଇଁ ୩୦ ହଜାର ତଳେ ଦୈନିକ ସଂକ୍ରମଣ

ଚାରି ମାସ ମଧ୍ୟରେ ପ୍ରଥମ ପାଇଁ ୩୦ ହଜାର ତଳେ ଦୈନିକ ସଂକ୍ରମଣ

ଚାରି ମାସ ମଧ୍ୟରେ ପ୍ରଥମ ପାଇଁ ୩୦ ହଜାର ତଳେ ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ : ବିଗତ ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ୩୦ ହଜାର ତଳେ ରହିଛି କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୧୬୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲ୪ ୭୪ ହଜାର ୨୯୦ରେ ପହଞ୍ଚିଛି । ୪୪୯ଟି ନୂତନ ମୃତ୍ୟୁ ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୫୧୯ରେ ପହଞ୍ଚିଛି । ଏହି ସମୟ ସୀମା ମଧ୍ୟରେ ୪୦ ହଜାର ୭୯୧ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୮୨ ଲକ୍ଷ ୯୦ ହଜାର ୩୭୦ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୪ ଲକ୍ଷ ୫୩ ହଜାର ୪୦୧ରେ ପହଞ୍ଚିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଲାକ୍ଷାଦ୍ୱୀପରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୫୦ ଲକ୍ଷ ଅତିକ୍ରମ କରିଛି । ଏହା ମଧ୍ୟରୁ ୩ କୋଟି ୫୩ ଲକ୍ଷ ୩୩ ହଜାର ୫୦୩ ଜଣ ସୁସ୍ଥ ହୋଇଛନ୍ତି । ୧୩ ଲକ୍ଷ ୨୬ ହଜାର ୮୯୮ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୫୭ ହଜାର ୨୨୧ ରହିଛି । ମୃତ୍ୟୁ ସଂଖ୍ୟାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତ ଏବଂ ବ୍ରାଜିଲ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।