ଆସନ୍ତାକାଲି ଟିକା ଦିଆଯିବ ନାହିଁ

ଆସନ୍ତାକାଲି ଟିକା ଦିଆଯିବ ନାହିଁ

ଆସନ୍ତାକାଲି ଟିକା ଦିଆଯିବ ନାହିଁ
ଭୁବନେଶ୍ୱର: ଓଡ଼ିଶାରେ ଆଜି ଦିନ ୧୧ଟା ୫ରେ କରୋନା ଟିକାକରଣ ଆରମ୍ଭ ହୋଇଛି । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଟିକା ଦିଆଯିବ ନାହିଁ । ରବିବାର ଅବଜରଭେସନ କରାଯିବ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆଜି ଦିନ ୧୧ଟା ୫ରେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଦ୍ୱିତୀୟରେ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଟିକା ନେଇଛନ୍ତି । କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆମେ ଉପନୀତ । ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବ । କାଲି ଟିକା ଦିଆଯିବନି । ଅବଜରଭେସନ କରାଯିବ । ୨୫ ତାରିଖ ଭିତରେ ୩.୨୮ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।