ରାଜ୍ୟରେ କେତେ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି ତାକୁ ରାଜ୍ୟ ସରକାର ଗଣିବେ
ରାଜ୍ୟରେ କେତେ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି ତାକୁ ରାଜ୍ୟ ସରକାର ଗଣିବେ
admin
Mar 10, 2021 - 12:36
Updated: Mar 10, 2021 - 12:36
ଭୁବନେଶ୍ୱର: ରାଜ୍ୟରେ କେତେ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି ତାକୁ ରାଜ୍ୟ ସରକାର ଗଣିବେ । ଦିବ୍ୟାଙ୍ଗ ଶିଶୁଙ୍କୁ ଗଣନା ପରେ ସେମାନଙ୍କୁ କିଭଳି ସରକାରୀ ସହାୟତା ଠିକଣା ଭାବେ ମିଳିବ ସେ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ ଭୁବନେଶ୍ୱରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ତାଲିମ ପ୍ରାପ୍ତ ଷ୍ଟାଫଙ୍କୁ ନେଇ ଏପି୍ରଲ ପହିଲାରୁ ଦିବ୍ୟାଙ୍ଗ ଶିଶୁଙ୍କୁ ଗଣନା କାର୍ଯ୍ୟ ଆରମ୍ଭ ହେବ । ସବୁ ଜିଲ୍ଲାରେ ଅନୁରୂପ ଭାବେ ଗଣନା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ଏକ ନିଦେ୍ର୍ଧଶନାମା ଜାରି ହୋଇଛି । ଏ ସଂକ୍ରାନ୍ତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା ସବୁ ଜିଲ୍ଲାପାଳଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଦିବ୍ୟାଙ୍ଗ ଛୁଆଙ୍କୁ କିଭଳି ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ସେ ନେଇ ଏହି ଗଣନା କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ଏହା ଦ୍ୱାରା ଦିବ୍ୟାଙ୍ଗ ଶିଶୁମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ମୁଖ୍ୟ ବାହାକ ସାଜିବେ । ତୃଣମୂଳ ସ୍ତରରେ ବାସ୍ତବରେ କେତେ ଦିବ୍ୟାଙ୍ଗ ରହିଛନ୍ତି ସେମାନେ ପ୍ରକୃତ ତଥ୍ୟ ସରକାରଙ୍କୁ ଦେବେ ।