ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ ନିର୍ମାଣ କରାଯିବ : ଅଶୋକ ପଣ୍ଡା

ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ ନିର୍ମାଣ କରାଯିବ : ଅଶୋକ ପଣ୍ଡା

ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ ନିର୍ମାଣ କରାଯିବ :  ଅଶୋକ ପଣ୍ଡା
ଭୁବନେଶ୍ୱର: ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ ନିର୍ମାଣ କରାଯିବ । ଶନିବାର ବିଧାନସଭାରେ ଏହା କହିଛନ୍ତ ମନ୍ତ୍ରୀ ଅଶୋକ ପଣ୍ଡା । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର େଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୧୦ଟି ଓ ୨ୟ ପର୍ଯ୍ୟାୟରେ ଆଉ ୧୦ଟି ପାର୍କ ନିର୍ମାଣ କରାଯିବ । ୪ଟି ସ୍ଥାନରେ ପାର୍କ ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ବରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡ଼ାରେ ସାଇନ୍ସ ପାର୍କ ନିର୍ମାଣ କରାଯିବ । ରାଉରକେଲା ଓ ବଲାଙ୍ଗୀରରେ ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।