ଲାଂଚ ନେଇ ସିବିଆଇ ଡିଏସପି ଗିରଫ
ଲାଂଚ ନେଇ ସିବିଆଇ ଡିଏସପି ଗିରଫ
admin
Jan 21, 2021 - 06:25
Updated: Jan 21, 2021 - 06:25
ନୂଆଦିଲ୍ଲୀ : ସ୍ୱଚ୍ଛ ଭାବେ ତଦନ୍ତ କରନ୍ତି ବୋଲି ସିବିଆଇର ଢେର ଖାତିର ରହିଛି । ଅନେକ ସମୟରେ ପୁଲିସ ତଦନ୍ତ ଉପରେ ଲୋକଙ୍କ ଭରସା ନଥିବାବେଳେ ସିବିଆଇ ତଦନ୍ତ ପାଇଁ ବି ଦାବି କରିଥା’ନ୍ତି । କିନ୍ତୁ ସିବିଆଇକୁ ନେଇ ଏମିତି ଖବର ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।
ଲାଂଚ ନେବା ଅଭିଯୋଗରେ ସିବିଆଇ ନିଜର ଦୁଇ ଅଧିକାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ଡିଏସପି ଆରକେ ଋଷି ଓ ଇନ୍ସପେକ୍ଟର କପିଲ ଧନକଡ । ସିବିଆଇ ହିଁ ନିଜ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଅଧିକାରୀଙ୍କ ଘର ଉପରେ ସିବିଆଇ ଚଢ଼ାଉ କରିବା ସହ ଗିରଫ କରିଥିଲା । ସେହିପରି ଜଣେ ଓକିଲଙ୍କୁ ବି ଗିରଫ କରାଯାଇଛି । ଗତ ସପ୍ତାହରେ ସିବିଆଇ ଦ୍ୱାରା ଏହି ଅଧିକାରୀମାନଙ୍କ ବିରୋଧରେ ଲାଂଚ ନେବା ଅଭିଯୋଗରେ ମାମଲା ଦାଏର କରାଯାଇଥିଲା । ୨୦୧୮ରେ ବେଆଇନ ଭାବେ ତିନୋଟି କମ୍ପାନୀ ବ୍ୟାଙ୍କରୁ ବିପୁଳ ଋଣ ଆଣିଥିଲେ । ଏନେଇ ଜଣାପଡ଼ିବା ପରେ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା । ଗିରଫ ଅଧିକାରୀମାନେ ଅଭିଯୁକ୍ତମାନଙ୍କ ଠାରୁ ୫୫ ଲକ୍ଷ ଟଙ୍କା ଲାଂଚ ନେଇ ମାମଲା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିଛି ।