ଲିଭ-ଇନ୍‌ ନେଇ ବଡ଼ ଖବର

ଲିଭ-ଇନ୍‌ ନେଇ ବଡ଼ ଖବର

ଲିଭ-ଇନ୍‌ ନେଇ ବଡ଼ ଖବର
ନୂଆଦିଲ୍ଲୀ:ଆଧୁନିକ ସମାଜରେ ବଢ଼ି ଚାଲିଛି ଲିଭ-ଇନ୍‌ ରିଲେସନସିପ। ବିନା ବିବାହରେ ଏକାଠି ଗୋଟିଏ ଘରେ ପତି, ପତ୍ନୀ ଭଳି ରହୁଛନ୍ତି ପୁରୁଷ ଓ ନାରୀ। ଦୀର୍ଘ ଦିନ ଧରି ଲିଭ-ଇନ୍‌ରେ ରହି ପରସ୍ପରକୁ ଜାଣିବା ପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ କିଛି ଅଲଗା ହୋଇଯାଆନ୍ତି। ତେବେ ଲିଭ୍‌-ଇନ୍‌କୁ ନେଇ ଆଜି ସୁପ୍ରିମକୋର୍ଟରୁ ଆସିଛି ବଡ଼ ଖବର। ଏକ ମାମଲାର ବିଚାରବେଳେ ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ଯେ, କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନ୍‌ରେ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ। ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ପୌତୃକ ସମ୍ପତ୍ତିରେ ଭାଗ ପାଇବେ। ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ। ଏନେଇ ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।