ଶକ୍ତି କପୁରଙ୍କ ପୁଅକୁ ଆଶ୍ବସ୍ତି
ଶକ୍ତି କପୁରଙ୍କ ପୁଅକୁ ଆଶ୍ବସ୍ତି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ତଥା ଅଭିନେତା ଶକ୍ତି କପୁରଙ୍କ ପୁଅ ଅଭିନେତା ସିନ୍ଧାନ୍ତ କପୁରଙ୍କୁ ବଡ଼ ଆଶ୍ବସ୍ତି। ଗତକାଲି ଡ୍ରଗ୍ସ ସେବନ ମାମଲାରେ ଗିରଫ ହେବା ପରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି। ଜାମିନ ମିଳିବା ପରେ ସେ ପୁଲିସ ହେପାଜତରୁ ବାହାରିଛନ୍ତି । ସିନ୍ଧାନ୍ତ ସହ ଗିରଫ ହୋଇଥିବା ଆଉ ଚାରି ଜଣଙ୍କୁ ମଧ୍ୟ ଜାମିନ ମିଳିଯାଇଛି।
ବେଙ୍ଗାଲୁରୁ ସହରର ଏକ ରେବ୍ ପାର୍ଟିରେ ନିଶା ସେବନ ଅଭିଯୋଗରେ ସିଦ୍ଧାନ୍ତ କପୁରଙ୍କୁ ରବିବାର ରାତିରେ ବେଙ୍ଗାଲୁରୁ ପୁଲିସ ଅଟକ ରଖିଥିଲା ପରେ ମେଡିକାଲ ରିପୋର୍ଟରେ ଡ୍ରଗ୍ସ ସେବନ କରିଥିବା ଜଣାପଡିବା ପରେ ସୋମବାର ପୁଲିସ ତାଙ୍କୁ ଗିରଫ କରିଥିଲା। ହେଲେ ଏମାନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିବା ପୁଲିସ କହିଛି। ପୂର୍ବରୁ ସିଦ୍ଧାନ୍ତଙ୍କ ଭଉଣୀ ତଥା ବଲିଉଡ ନାୟିକା ଶ୍ରଦ୍ଧା କପୁର ମଧ୍ୟ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିଲେ।




admin 