ଶୋଇଥିବା ଅବସ୍ଥାରେ ଚଢ଼ିଗଲା ବସ୍, ୭ ମୃତ
ଶୋଇଥିବା ଅବସ୍ଥାରେ ଚଢ଼ିଗଲା ବସ୍, ୭ ମୃତ
admin
Oct 11, 2019 - 06:38
Updated: Oct 11, 2019 - 06:38
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହିଟ୍ ଆଣ୍ଡ ରନ୍ ଭଳି ମାମଲା ସାମ୍ନାକୁ ଆସିଛି। ରାସ୍ତାପାର୍ଶ୍ଵରେ ଶୋଇଥିବାବେଳେ ବସ୍ ଚଢ଼ିଯିବାରୁ ୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ବୁଲନ୍ଦସହରର ଗଙ୍ଗା ନଦୀ ପାଖ ଗାନ୍ଧୀ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ନାବାଳିକା ରହିଛନ୍ତି।
ମୋହନପୁରା ଗ୍ରାମରୁ ୫୬ ଜଣ ତୀର୍ଥଯାତ୍ରୀ ଜାମ୍ମୁ-କାଶ୍ମୀରର ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଗୁରୁବାର ବିଳମ୍ବିତ ରାତିରେ ଆଗ୍ରା-ମୋରାଦାବାଦ ଜାତୀୟ ରାଜପଥର ଗାନ୍ଧୀ ଘାଟ ନିକଟରେ ଡ୍ରାଇଭର ବସ୍ ରଖିଥିଲେ। ପରେ କିଛି ତୀର୍ଥଯାତ୍ରୀ ବସରୁ ବାହାରି ରାସ୍ତାପାର୍ଶ୍ଵରେ ବିଶ୍ରାମ ନେଇଥିଲେ। ଭୋର ପ୍ରାୟ ୪ଟାରେ ଏକ ଦ୍ରୁତଗାମୀ ବସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତାଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।