ସତର୍କତା ସଚେତନତା ସପ୍ତାହ ଉଦଘାଟିତ
ସତର୍କତା ସଚେତନତା ସପ୍ତାହ ଉଦଘାଟିତ
admin
Oct 29, 2019 - 12:58
Updated: Oct 29, 2019 - 12:58
ପରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): କେନ୍ଦ୍ରୀୟ ସତର୍କତା କମିଶନରଙ୍କ ନିଦେ୍ର୍ଧଶାନୁସାରେ ପାରାଦ୍ୱୀପ ବନ୍ଦରରେ ସତର୍କତା ସଚେତନତା ସପ୍ତôାହ ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନରେ ବନ୍ଦର ମୁଖ୍ୟ ଚିକିସôାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ବନ୍ଦର ଅଧିକାରୀ, କର୍ମଚାରୀ ମାନଙ୍କୁ ଶପଥପାଠ କରାଇଥିଲେ । ଅକ୍ଟୋବର ୨୮ତାରିଖରୁ ଆରମ୍ଭ ହୋଇଥିବା ଏହି ସଚେତନତା ସପ୍ତାହ ନଭେମ୍ବର ୨ତାରିଖ ଦିନ ଉଦ୍ୟାପିତ ହେବ । ଏହି ସପ୍ତାହ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ ଉଦ୍ୟାପନୀ ଦିବସରେ ପୁରସ୍କୃତ କରାଯିବ, ଏହି ସମୟ ମଧ୍ୟରେ ବନ୍ଦର ବ୍ୟବହାରକାରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହେବ ବୋଲି ବନ୍ଦର ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି । ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ମଧ୍ୟ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି । ବିଶୋଧନାଗାର ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଟିଡିଭିଏସ୍ ଗୋପାଳକୃଷ୍ଣନ୍ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ସତର୍କତା ସଚେତନତା ରଥ ର ଶୁଭଉଦ୍ଘାଟନ ହୋଇଥିଲ । ଏହି ରଥ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବୁଲି ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ଏହି ସଚେତନତା ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ମଧ୍ୟରେ ନିକଟବର୍ତ୍ତୀ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଶୋଧନାଗାର ପକ୍ଷରୁ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସତର୍କତା ସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ଥିବା ବିଶୋଧନାଗାର ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।