ସିଦ୍ଧାର୍ଥଙ୍କ ପ୍ରେମରେ କିଆରା!

ସିଦ୍ଧାର୍ଥଙ୍କ ପ୍ରେମରେ କିଆରା!

ସିଦ୍ଧାର୍ଥଙ୍କ ପ୍ରେମରେ କିଆରା!
ସୁପରହିଟ୍ ଫିଲ୍ମ ‘କବୀର ସିଂହ’ ଅଭିନେତ୍ରୀ କିଆରା ଆଡୱାନୀ ଏବେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରେମରେ ଉବୁଟୁବୁ । ଦୁହିଁଙ୍କ ସମ୍ପର୍କ କ୍ରମେ ନିବିଡତର ହେଉଥିବା ଚର୍ଚ୍ଚା ହେଉଛି । ଏ ଖବର ଗୁଜବ ବି ହୋଇପାରେ । ତେବେ, ବଲିଉଡରେ ଏମିତି ଗୁଜବ କିମ୍ବା ଉଡ଼ା ଖବର ଅତୀତରେ ସତ ହେବାର ନକଲ ମଧ୍ୟ ରହିଛି । ‘ଷ୍ଟୁଡେଣ୍ଟ ଅଫ ଦି ଇଅର’ ଅଭିନେତା ସିଦ୍ଧାର୍ଥଙ୍କ ସହ ପୂର୍ବରୁ ଆଲିଆ ଭଟ୍ଟ ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ସମ୍ପର୍କରେ ଥିଲେ । ତାହା ଅବଶ୍ୟ ବେଶି ଦିନ ତିଷ୍ଠି ନଥିଲା । ସିଦ୍ଧାର୍ଥଙ୍କୁ ମନାଇବାରେ କିଆରା ସଫଳ ହେବେ କି ନା, ତାହା ଅବଶ୍ୟ ପରେ ଜଣାପଡ଼ିବ ।