ସ୍ମିତାରାଣୀଙ୍କୁ ମାରି ଟାଙ୍ଗିଦେଇଛନ୍ତି: ସୁର

ସ୍ମିତାରାଣୀଙ୍କୁ ମାରି ଟାଙ୍ଗିଦେଇଛନ୍ତି: ସୁର

ସ୍ମିତାରାଣୀଙ୍କୁ ମାରି ଟାଙ୍ଗିଦେଇଛନ୍ତି: ସୁର
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲାକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ଶ୍ରୀ ରାଉତରାୟ ସିଧା ଆରୋପ କରିଛନ୍ତି । ସେ କହିଛନ୍ତି ଯେ, ସ୍ମିତାରାଣୀଙ୍କୁ ଦିନ ଦ୍ୱିପ୍ରହରରେ ମାରି ଟାଙ୍ଗି ଦିଆଯାଇଛି । ତେଣୁ ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ ସାମନାକୁ ଆସିବ । ହତ୍ୟାକାରୀକୁ ତୁରନ୍ତ ଧରି ଦଣ୍ଡ ଦିଆଯାଉ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ କେବଳ ଲୋକ ଦେଖାଣିଆ । ଏ ସରକାର ଅମଳରେ ମହିଳା ଓ ନାବାଳିକା ସୁରକ୍ଷିତ ନୁହନ୍ତି ସୁର ରାଉତରାୟ କହିଛନ୍ତି ।