ବିଜେଡି ସଦସ୍ୟଙ୍କ ହେବ ଆଧାର ଲିଙ୍କ
ବିଜେଡି ସଦସ୍ୟଙ୍କ ହେବ ଆଧାର ଲିଙ୍କ
admin
Sep 1, 2019 - 07:50
Updated: Sep 1, 2019 - 07:50
ଭୁବନେଶ୍ୱର: ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରେ ରାଜ୍ୟରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଅର୍ଥାତ ୨ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରାଯିବ । ତେବେ ସବୁ ଠାରୁ ବଡ଼ କଥା ହେଲା ଯେ, ପ୍ରଥମ ଥର ଲାଗି ସବୁ ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପରେ ଏହା କହିଛନ୍ତି ବିଜେଡି ନେତା ସୁବାସ ସିଂହ ।
ପ୍ରକାଶ ଯେ, ଆଜି ଅନୁଷ୍ଠିତ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଏନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ପ୍ରତି ୱାର୍ଡରୁ ୪ଜଣ, ଏନଏସିରୁ ୫ଜଣ ଓ ମୁ୍ୟନିସିପାଲିଟିରୁ ୧୫ ଜଣ ସଦସ୍ୟ ରହିବେ ।
କର୍ପୋରେସନରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟ ୨୫ ଜଣ ସଦସ୍ୟ ସୃଷ୍ଟି କରିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ୨ଗୁଣା ସଦସ୍ୟ ସଂଗ୍ରହ ଲକ୍ଷ୍ୟ ରହିଥିବା ବିଜେଡି ନେତା ସୁବାସ ସିଂ କହିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଥର ଲାଗି ସବୁ ସଦସ୍ୟଙ୍କ ଆଧର ଲିଙ୍କ କରାଯିବ । ୫-ଟିକୁ ଗୁରୁତ୍ୱ ଦେଇ ସରକାରୀ ଯୋଜନାର ସଫଳ ରୂପାୟନ ହେବ । ଲୋକେ କିପରି ସରକାରୀ ଯୋଜନାରୁ ଲାଭ ପାଇବେ ସେ ନେଇ ସୁନିଶ୍ଚିତ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।